ବ୍ରହ୍ମପୁରପୋଲିସକୁ ବଡ ସଫଳତା : ଲୁଟେରା ଗ୍ୟାଙ୍ଗ ପୋଲିସ ପଞ୍ଝାରେ

add-all

57 ଟି ମୋବାଇଲ ଓ 13 ଟି ମୋଟର ସାଇକେଲ ଜବତ

ବ୍ରହ୍ମପୁର : ଦୀର୍ଘଦିନ ହେବ ମୋବାଇଲ ଓ ମଟର ସାଇକେଲ ଚୋରଙ୍କୁ ଧରିବା ପାଇଁ ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ଜାଗାରେ ଛପା ମାରି ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛି। ଏମାନଙ୍କ ମଧ୍ୟରୁ ଏମ୍‌କେସିଜିର ଜଣେ ସିକ୍ୟୁରିଟି ଗାଡ ଙ୍କ ସମେତ ଗ୍ୟାରେଜ ମେକାନିକାଲ ଙ୍କ ସହାୟତା ରେ ଏହି ରାକେଟ କାମ କରୁଥିଲା।ଗିରଫ ହୋଇଥିବା ଚୋରା ମାନେ ଗଞ୍ଜାମ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାର।ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଞ୍ଚଳ ର ଏଲ୍ ଶିବ ରେଡି,ହିଞ୍ଜିଳି ଅଞ୍ଚଳର ଚନ୍ଦନ ବିଶ୍ୱାସ ରାୟ,ଗଞ୍ଜାମ ଆଲିବାଡ ର ଉପେନ୍ଦ୍ର ନାୟକ, କନ୍ଧମାଳ ର ଆକାଶ ପରିଡ଼ା, ପାତ୍ରପୁର ର ଶ୍ରୀକାନ୍ତ ପାଢ଼ୀ।ଏମାନଙ୍କୁ ଗିରଫ କରିବା ପରେ ଏମାନଙ୍କ ଠାରୁ 57 ଟି ମୋବାଇଲ ଓ 13 ଟି ମଟର ସାଇକେଲ କୁ ଜବତ କରି ଆଜି କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସ ପି ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.