ଏଣିକି ଗାଈଗୋରୁଙ୍କୁ ବାହାରେ ଛାଡ଼ିଲେ ଉଠାଇ ନେବ ବିଏମସି

add-all

ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ବୁଲା ଗାଈଗୋରୁଙ୍କୁ ମୁକ୍ତ ବିଚରଣ ରୋକିବାକୁ ବିଏମସି ନୂଆ ଗାଇଡଲାଇନ୍ ଜାରି କରିଛି। ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେନି ମାଲିକ। ଯଦି ଛାଡ଼ିବେ, ତେବେ ବିଏମସି ଗାଈଗୋରୁଙ୍କୁ ଗୋଶାଳାକୁ ଉଠାଇ ନେବ। ଆଉ ଯେଉଁ ମାଲିକ ସେମାନଙ୍କ ଗାଈ ବୋଲି ଦାବି କରିବେ, ସେମାନଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗତକାଲି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା।  ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ବୁଲା ଗାଈଗୋରୁଙ୍କ ପାଇଁ ସହରରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଏହାସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେବାକୁ ଯାଉଛି ବିଏମସି।

ବୈଠକରେ ବିଏମସି କର୍ତ୍ତୃପକ୍ଷ ଏହି ଯୋଜନା କାର୍ଯ୍ୟକାରୀ କରିବା ଲାଗି ବ୍ରହ୍ମଗିରି, ଜଟଣୀ ଓ ବେଗୁନିଆ ଆଦି ସ୍ଥାନରେ ଥିବା ଗୋଶାଳା କର୍ମକର୍ତ୍ତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। 

ad-week
Leave A Reply

Your email address will not be published.