ଜେଲ ଗଲେ ଶ୍ୟାମଳାଈ ବିଦ୍ୟାପୀଠ ଶିକ୍ଷୟତ୍ରୀ…

add-all

ନକଲି ସାର୍ଟିଫିକେଟ ର ଗନ୍ତାଘର ଗଞ୍ଜାମ ଜିଲ୍ଲା…


ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ପୋଡଙ୍ଗି ଗ୍ରାମର ଶ୍ୟାମଳାଈ ଵିଦ୍ୟାପିଠ ରେ ରେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରୁଥିବା ଶିକ୍ଷୟତ୍ରୀ ନିଯୁକ୍ତି ସମୟରେ ନକଲି ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଜଣାପଡିବା ପରେ ଶୁକ୍ରବାର ଶିକ୍ଷୟିତ୍ରୀ ଜେଲ ଯାଇଥିବା ଜଣାପଡିଛି ।ହିଞ୍ଜିଳିକାଟୁ ବ୍ଲକ ପୋଡଙ୍ଗି ଗ୍ରାମର ଶ୍ୟାମଳାଈ ବିଦ୍ୟାପୀଠ ର ଲତିକା ବରଡ ବୋଲି ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।ହିଞ୍ଜିଳିକାଟୁ ବ୍ଲକ ଶିକ୍ଷାଧିକାରୀ ଏସ ଗିରିଧର ଙ୍କ ପକ୍ଷରୁ ତାଙ୍କ ଅଧିନସ୍ଥ ବିଦ୍ୟାଳୟରେ କର୍ଯ୍ୟରତ ଜଶିକ୍ଷୟିତ୍ରୀ ଜାଲ ସାର୍ଟିଫିକେଟ ବଳରେ ଚାକିରୀ କରୁଥିବା ତଦନ୍ତ ବେଳେ ଜଣାପଡିଥିଲା । ଏନେଇ ହିଞ୍ଜିଳି ଥାନାରେ ଗତବର୍ଷ ନଭେମ୍ବର ମାସରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୬୪୫।୨୨ରେ ଏକ ମାମଲା ରୁଜୁ ହୋଇଥିଲା । ଶିକ୍ଷୟତ୍ରୀ ଜଣକ ଦ
ଗିରଫ ଭୟରେ ଛୁଟିରେ ଚାଲିଯାଇଥିଲେ ଓ ଅନ୍ୟତ୍ର ରହୁଥିଲେ। କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଏକ ଦଳ ଶ୍ରୀମତୀ ବରାଡ ଙ୍କୁବାସଭବନରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅଧୀନରେ ୧୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାଲ ସାର୍ଟିଫିକେଟ ରେ ଚାକିରୀ ହାତେଇଥିବା ଅଭିଯୋଗ ହୋଇଛି।

ad-week
Leave A Reply

Your email address will not be published.