ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ

add-all

ବ୍ରହ୍ମପୁର : ସଭାପତି ସାରଥୀ ପାତ୍ରଙ୍କ ନେତୃତ୍ୱରେ ଆଜି ସଂଘର ବହୁ ସଦସ୍ୟ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେ କାର୍ଯ୍ୟରତ ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା,ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କୁ ଜାତୀୟ ଇଂକ୍ରିମେଣ୍ଟ ପ୍ରଦାନ କରି ନିୟମିତ କରିବା,କଲା ଓ କ୍ରୀଡା ଶିକ୍ଷକ ଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରିବା, କେନ୍ଦ୍ରୀୟ ବେତନ ହାରରେ ଗ୍ରେଡପେ କୁ୪୨୦୦କୁ ବୃଦ୍ଧି କରିବା,ପୁରୁଣା ପେନସନ ଯୋଜନା ଲାଗୁ କରିବା ଆଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସଙ୍ଘ।ଯଦି ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ସରକାର ଗ୍ରହଣ ନ କଲେ ଆସନ୍ତା ୧୬ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷକ ସମୂହ ଛୁଟିରେ ରହିବେ ବୋଲ ସଭାପତି ସାରଥୀ ପତ୍ର ଚେତାବନୀ ଦେଇଛନ୍ତି।ଏହି ଅବସରରେ ଉପସଭାପତି ଧର୍ମ ରାଜୁ ରେଡି, ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମହାରଣା,ଙ୍କ ସମେତ ବହୁ ସଦସ୍ୟ ବିକ୍ଷୋଭ ରେ ସାମିଲ ଥିଲେ।

ad-week
Leave A Reply

Your email address will not be published.