ରକ୍ତଦାନ କ୍ଷେତ୍ରରେ ଫୁଲବାଣୀର ଲୋକନାଥ ସୋନପୁରରେ ସମ୍ମାନିତ

add-all

ଫୁଲବାଣୀ : ରକ୍ତଦାନ ମହାପୂଣ୍ୟ- ଏହି ଉକ୍ତିକୁ ପ୍ରାଧାନ୍ୟ ଦେଇ ଦୀର୍ଘ ୧୫-୧୬ ବର୍ଷ ହେବ ଫୁଲବାଣୀ ସହରର ଭି.ଲୋକନାଥ ରାଜୁ ସମାଜ ପାଇଁ ନିଜର କର୍ତ୍ତବ୍ୟ ଅତି ନିଷ୍ଠାର ସହ ପାଳନ କରି ଚାଲିଛନ୍ତି। କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରୁ ଆସୁଥିବା ଅନେକ ରୋଗୀଙ୍କର ରକ୍ତ ଅଭାବି ସମସ୍ୟାକୁ ଏଡାଇବା ପାଇଁ ଅଣ୍ଟା ଭିଡିଛନ୍ତି ସେ। ଯେତେବେଳେ ଯୋଉ ସମୟରେ ମଧ୍ୟ ଯଦି କାହାର ରକ୍ତର ଆବଶ୍ୟକତା ପଡ଼େ ସେ ତୁରନ୍ତ ଯୋଗାଡ଼ ପାଇଁ ଲାଗି ପଡ଼ନ୍ତି। ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ସେ ଏହି ଅମୂଲ୍ୟ ସେବା ଜାରି ରଖିଛନ୍ତି। ଏଥିପାଇଁ ଜିଲ୍ଲାସ୍ତରରେ ଏବଂ ରାଜ୍ୟ ବାହାରେ ତାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।ନିଜେ ଜଣେ ରକ୍ତ ଦାତା ହେବା ସଙ୍ଗେ ସଙ୍ଗେ ଅନ୍ୟ ନୀରିହ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ସଦା ସର୍ବଦା ଚେଷ୍ଟା କରୁଥିବା ଭି.ଲୋକନାଥ ରାଜୁଙ୍କୁ ଗତ ବୁଧବାର ଦିନ ସୋନପୁରରେ ଅନୁଷ୍ଠିତ କ୍ରାନ୍ତି ଦିବସ ଅବସରରେ ଆୟୋଜିତ ହୋଇଥିବା ରକ୍ତ ଦାନ ଶିବିର ରେ ରକ୍ତବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଛି। ନୂତନ ଭାଵେ ସୋନପୁର ରିଜର୍ଭ ପୋଲିସର ଆର ଆଇ ଦାଇତ୍ୱ ଗ୍ରହଣ କରିଥିବା ସରୋଜ ବେହେରା ଙ୍କ ପ୍ରସ୍ତାବ କ୍ରମେ ଆଜି ସୋନପୁର ଠାରେ ଏହି ସମ୍ମାନ ଗ୍ରହଣ କରିଛନ୍ତି ଶ୍ରୀ ରାଜୁ। ଆୟୋଜିତ ହେଇଥିବା ଏହି ଶିବିରରେ ଜିଲ୍ଲାର ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀ ତଥା ଜିଲାପାଳ, ଆରକ୍ଷୀ ଅଧିକ୍ଷକ, ପୋଲିସ ଏସଡିପିଓ, ରିଜର୍ଭ ଆର ଆଇ, ଆଇ ଆଇ ସିଇ ପ୍ରମୁଖ ପୋଲିସ ଅଧିକାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
ନୂତନ ଭାଵେ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇ ଅମରେଶ କୁମାର ପଣ୍ଡା ରକ୍ତଦାନକୁ ଏକ ଆନ୍ଦୋଳନର ରୁପ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ରକ୍ତଦାନ ଶିବିରରେ ସର୍ବାଧିକ ୬୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ad-week
Leave A Reply

Your email address will not be published.