ଅଜାଙ୍କ ଦଶାହରେ ଲଣ୍ଡା ହୋଇ ଗାଧୋଉଥିଲା ବେଳେ ପାଣିରେ ବୁଡ଼ିଗଲେ ଦୁଇ ନାତି

add-all

ସୋର: ଅଜାଙ୍କ ଦଶାହରେ ଦୁଇ ନାତିଙ୍କ ମୃତ୍ୟୁ। ଲଣ୍ଡା ହୋଇ ଗାଧୋଉଥିଲା ବେଳେ ପାଣିରେ ବୁଡ଼ି ଉଭୟେ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ୱାଦା ଅଞ୍ଚଳରେ। ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ୱାଦା ଗ୍ରାମର ପିତାମ୍ବର ପାଢ଼ୀଙ୍କ ପୁଅ ସୁଶାନ୍ତ ଓ ବିଦୁ ଅଞ୍ଚଳର ଚନ୍ଦନ କର ପଥରକଟା ଘାଟତୁଠ ନିକଟରେ ଥିବା ଏକ ଗାଡ଼ିଆରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇଥିଲେ।

ଦୀର୍ଘ ସମୟ ପରେ ସମ୍ପର୍କୀୟମାନେ ଜାଣିପାରି ଉକ୍ତ ଗାଡ଼ିଆରୁ ଉଭୟଙ୍କୁ ଉଦ୍ଧାର କରି ଚନ୍ଦନଙ୍କୁ ବାଗୁଡ଼ି ଡାକ୍ତରଖାନାକୁ ନେଇଥିବା ବେଳେ ସୁଶାନ୍ତଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ad-week
Leave A Reply

Your email address will not be published.