ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠୀଙ୍କ ସଭାପତିତ୍ବରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଯୋଗଦେଇ ଯୁବ ଛାତ୍ର ମାନଙ୍କ ମଧ୍ୟରେ ଏକତା ବଜାୟ ରଖିବା ସହିତ ଆଜିର ଛାତ୍ର ଭବିଷ୍ୟତର ଉତ୍ତମ ଶାସକ ହୋଇ ପାରିବେ ଏବଂ ସେହି ମାନେ ହିଁ ଦେଶକୁ ସତ୍ ମାର୍ଗରେ ପରିଚାଳନା କରିପାରିବେ l ତେଣୁ ଆମକୁ ଛାତ୍ର ସାମାଜ ମଜଭୁତ କରିବା ପାଇଁ କହିଥିଲେ l ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , ଜିଲ୍ଲା ସଭାପତି ସରୋଜ କର୍ଣ୍ଣ , ଯୁବ ସଭାପତି ଵିଷ୍ଣୁ ଚରଣ ମଲ୍ଲିକ ଯୋଗ ଦେଇଥିଲେ। ଏବଂ ଏହି କାର୍ଯ୍ୟକ୍ରମରେ ସମସ୍ତ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା କର୍ମକର୍ତ୍ତା ଓ ସମସ୍ତ ବ୍ଲକ, ଏନ ଏ ସି ସଭାପତି ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.