ବହୁ ଚର୍ଚ୍ଚିତ ଦିନେଶ ଓ ଦୀପିକା ବିବାଦ : ଦକ୍ଷିଣାଞ୍ଚଳ ଆଇ.ଜି ଙ୍କ ନିକଟରେ ଫେରାଦ

add-all

ବ୍ରହ୍ମପୁର : ଘର ବାହାରେ ଦୀପିକଙ୍କ ଧାରଣା ଓ ଘର ଭିତ ରେ ପ୍ରାୟତଃ ଗୃହ ବନ୍ଦୀ। ୟା ଭିତରେ ଦିନେଶଙ୍କ ଜେଜେ ବାପା ଓ ଜେଜେ ମାଆ ଅନ୍ତରାଷ୍ଟ୍ରୀୟ ମାନବାଧିକାର ସଂଗଠନର ଜିଲ୍ଲା ସଭାପତି ରଶ୍ମିତା କୁମାରୀ ପାଣିଗ୍ରାହୀଙ୍କୁ ଲିଖିତ ଆକାରରେ ନିଜ ଶାରୀରିକ ଓ ମାନସିକ କଷ୍ଟ ବିଷୟରେ ଅବଗତ କରାଇଥିଲେ। ଫଳରେ ରାଜ୍ୟସଭାପତି ସସ୍ମିତା ଦାସ ,ଜିଲ୍ଲା ସଭାପତି ରଶ୍ମିତା କୁମାରୀ ପାଣିଗ୍ରାହୀ ଓ 4 ଜଣ ସଦସ୍ୟଙ୍କ ସମେତ ଦିନେଶଙ୍କ ପରିବାର ବର୍ଗ ଦକ୍ଷିଣାଞ୍ଚଳ ଆଇ.ଜି ଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। କିପରି ଘର ସମ୍ମୁଖରେ ବସିଥିବାରୁ ବାହାରକୁ ବାହାରିବା ଅସୁବିଧା ହେଉଛି ତତସଂଗେ ସଂଗେ ସିନିଅର ସିଟିଜେନ ହିସାବରେ ସେମାନେ ଧୈର୍ଯ୍ୟହରା ହୋଇଗଲେଣି।
ସି ସି ଟି ବି ଫୁଟେଜ ରେ ଦୀପିକା ତାଙ୍କ ଶଶୁରଙ୍କ ସ୍କୁଟି କୁ ନାଲରେ ଫୋପାଡିବା ଦୃଶ୍ୟ ଦେଖିବାକୁ ମିଳିଛି। ବେଆଇନ ଭାବେ ଘର ସାମ୍ନା ରେ ନ ବସିବାକୁ ମାନବାଧିକାର କମିଶନର ସଭାପତି ନିବେଦନ କରିଛନ୍ତି ଏବଂ କୋର୍ଟ ର ରାୟ କୁ ଅପେକ୍ଷା କରିବାକୁ କହିଛନ୍ତି। ସେପଟେ କୋର୍ଟ ଯାହା ରାୟ ଦେବ ଆମେ ମାନିବୁ ବୋଲି ଦିନେଶଙ୍କ ପରିବାର ଲୋକ କହିଛନ୍ତି। ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦକ୍ଷିଣାଞ୍ଚଳ ଆଇ.ଜି ପ୍ରତିଶ୍ରୁତି ଦେଇଛନ୍ତି।

ad-week
Leave A Reply

Your email address will not be published.