ପରିଜା ପାଠାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

add-all

ଭୁବନେଶ୍ବର : ଭାରତରେ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନର ଜନକ ପଦ୍ମଶ୍ରୀ ଡ. ଏସ୍. ଆର. ରଙ୍ଗନାଥନ୍ ଙ୍କ ଜନ୍ମତିଥି ଅଗଷ୍ଟ ୧୨ କୁ ଜାତୀୟ ଗ୍ରନ୍ଥାଗାରିକ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତ ପରିଜା ପାଠାଗାରର କର୍ମଚାରୀ ମାନେ ଡ. ଏସ. ଆର. ରଙ୍ଗନାଥନଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରି ଏହି ଦିନଟିକୁ ପାଳନ କରିଥିଲେ । ଡ. ଏସ. ଆର ରଙ୍ଗନାଥନ୍ ଙ୍କ ରଚିତ ବହୁ ମୂଲ୍ୟବାନ ପୁସ୍ତକ ପାଠାଗାରରେ ପ୍ରଦର୍ଶିତ କରାଯାଇଥିଲା । ବର୍ତମାନ ପରିଜା ପାଠାଗାର ୨୭୨୦୦୦ ରୁ ଉର୍ଦ୍ଧ ପୁସ୍ତକ ,୫୮00 ବିରଳ ତାଳ ପତ୍ର ପୋଥି ଓ ଅନେକ ପ୍ରାଚୀନ ବିରଳ ପୁସ୍ତକ , ପତ୍ରପତ୍ରିକା ରେ ସମୃଦ୍ଧ ।ନୂତନ ଟେକ୍ନୋଲୋଜି ଦ୍ୱାରା ସମୃଦ୍ଧ ପରିଜା ଇ- ପାଠାଗାର ସମ୍ପୂର୍ଣ୍ଣ ଭାବରେ ବିଦ୍ୟାର୍ଥୀ ମାନଙ୍କର ଇ-ଶିକ୍ଷା ନିମନ୍ତେ ଉପଯୋଗ ହେଉଅଛି। ଆଗାମୀ ଦିନରେ ଡ. ଏସ. ଆର. ରଙ୍ଗନାଥନ୍ ଙ୍କ ସିଦ୍ଧାନ୍ତ କୁ ପାଥେୟ କରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କୁ ଗୁଣାତ୍ମକ ଓ ନୂତନ ଶୈଳୀ ରେ ପାଠ ପଢା ର ସୁଯୋଗ ଦିଆଯିବା ନିମନ୍ତେ ପରିଜା ପାଠାଗାରର ସମସ୍ତ କର୍ମଚାରୀ ପ୍ରତିଶୃତିବଦ୍ଧ ହେବା ପାଇଁ ମୁଖ୍ୟ ଗ୍ରନ୍ଥାଗାରିକା ଆଶାପୂର୍ଣ୍ଣା ପ୍ରିୟଦର୍ଶିନୀ ନାୟକ ଜାତୀୟ ଗ୍ରନ୍ଥାଗାରିକ ଦିବସ ଉପଲକ୍ଷେ ଆହ୍ଵାନ ଦେଇଥିଲେ।

ad-week
Leave A Reply

Your email address will not be published.