ଚିକିଟୀ ଏନଏସି ରେ ଆବାସ, ଭତ୍ତା ଓ ମୁକ୍ତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

add-all


ଚିକିଟୀ : ଚିକିଟୀ ଏନ୍ ଏ ସି ସମ୍ମିଳନୀ କକ୍ଷ ଠାରେ ଶନିବାର ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆବାସ, ଭତ୍ତା ଓ ମୁକ୍ତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟୀକା ଶ୍ରୀମତୀ ଉଷାଦେବୀ ଓ ସ୍ଵତନ୍ତ୍ର ଅତିଥିଭାବେ ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ବ କରିଥିଲେ । ଏହି ଅବସରରେ ଆବାସ ଯୋଜନା ରେ ଗୃହ ନିର୍ମାଣ ଲାଗି ୧୯ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ, ୮ ଜଣ ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ସେହିପରି ମୁକ୍ତା ଯୋଜନାରେ ୨୧ ଗୋଟି ପ୍ରକଳ୍ପ ଲାଗି ମହିଳା ଗୋଷ୍ଠୀ କୁ ୧ କୋଟି ୪୬ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ମୁକ୍ତା ଯୋଜନାରେ ସହରାଞ୍ଚଳର ମହିଳା ମାନେ ସ୍ୱାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ମନ୍ତ୍ରୀ ଉଷାଦେବୀ ପ୍ରକାଶ କରିବା ସହ ହିତାଧିକାରୀ ମାନଙ୍କୁ ଆବଶ୍ଯକୀୟ ସହଯୋଗ ଯୋଗାଇ ଦେବାକୁ ନିର୍ବାହୀ ଅଧିକାରୀ ଙ୍କୁ ନିଦ୍ଦେର୍ଶ ଦେଇଥିଲେ। ସେହିପରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମ ଭିଡିଓ ଓ ଫଟୋ ଚିତ୍ର ମାଧ୍ୟମରେ ପ୍ରଦଶିର୍ତ କରାଯାଇ ସଚେତନତା ସୃଷ୍ଟି କରାଯାଇଥିଲା। ସି ଏମ୍ ଏମ୍ ମଧୁସ୍ମିତା ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଟେକ୍ସ କଲେକ୍ଟର ପ୍ରଭାକର ମେକପ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ମୁକ୍ତା ଯୋଜନା ଦାୟିତ୍ୱରେ ଥିବା ମିଥୁନ ସେନାପତି,ଉମା ଶଙ୍କର ପଟ୍ଟନାୟକ ଓ ଲୋକନାଥ ସୁବୁଦ୍ଧି ପ୍ରମୁଖ ଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ରହିଥିବାବେଳେ ଏନ୍ ଏ ସି କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରି ସଫଳ ରୂପାୟନ କରିଥିଲେ।

ad-week
Leave A Reply

Your email address will not be published.