ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

add-all

[ad_1]

ବାଲେଶ୍ୱର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ। ଜଣେ ଠିକା ନର୍ସିଂ ଅଫିସରଙ୍କଠାରୁ ସେ ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଥିଲେ।

ଉକ୍ତ କର୍ମଚାରୀଙ୍କ ଠିକା ଅବଧି ପୂରଣ ହୋଇଯାଇଥିବା ବେଳେ ଚାକିରି ନିୟମିତ କରିବା ପାଇଁ ଆବଶ୍ୟକ ଫାଇଲ କାମ କରିବାକୁ ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ ତାଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ଠିକା କର୍ମଚାରୀ ଜଣଙ୍କ ଭିଜିଲାନ୍ସକୁ ଜଣାଇଥିଲେ।

ଯୋଜନା ମୁତାବକ ଆଜି ମନୋଜ କୁମାର ଭଞ୍ଜ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଲାଞ୍ଚ ନେଇ ଧରାପଡ଼ିବା ପରେ ମନୋଜ କୁମାର ଭଞ୍ଜଙ୍କ ଦୁଇ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

[ad_2]

ad-week
Leave A Reply

Your email address will not be published.