ବିଭୀଷିକା ବିଭାଜନ ସ୍ମୃତି ଦିବସ ଅଵସରରେ ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ କେଣ୍ଡଲ ଶୋଭାଯାତ୍ରା

add-all

ଆସିକା : ଆସିକା ଭାରତୀୟ ଜନତା ପାର୍ଟି ଘୁମୁସର ଜିଲ୍ଲା ସଂଗଠନ ପକ୍ଷରୁ ଏକ କେଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଭାରତ କୁ ଆଜିର ଦିବସ ରେ ବିଭାଜନ କରାଯାଇଥିଲା l ବିଭାଜନ ବିଭୀଷିକା ସ୍ମୃତି ଦିବସ ଉପଲକ୍ଷେ ଏହି ଶୋଭାଯାତ୍ରା କରାଯାଇଥିଲା l ଆଜି ବିଭାଜନ ବିଭୀଷିକା ଦିବସରେ ଭାରତବର୍ଷର ନାଗରିକ ଗଣ ଜାଣି ରଖିବା ଦରକାର!କେବଳ କ୍ଷମତାର ଲୋଭରେ କୋଟି କୋଟି ହିନ୍ଦୁମାନଙ୍କର ଜୀବନ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା!ଆଜାଦୀର ସୁଖ କୋଟି କୋଟି ହିନ୍ଦୁଙ୍କର ଶବ ଉପରେ କିଛି କ୍ଷମତା ପିପାସୁ ଉପଭୋଗ କଲେ! ଏହି ବର୍ବର ପାଶବିକ ପ୍ରକୃତିର ଶକ୍ତିମାନଙ୍କୁ ଭାରତମାତାର ଦେବଦୁର୍ଲ୍ଲଭ ସନ୍ତାନମାନେ ଉଚିତ ଜବାବ୍ ଦିଅନ୍ତୁ ବୋଲି ବହୁ ନେତା ମତ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବେଜେପି ନେତା ତଥା ବିଭାଜନ ବିଭୀଷିକା ସ୍ମୃତି କମିଟି ର ଘୁମୁସର ଜିଲ୍ଲା ସଂଯୋଜକ ମହେଶ ମହାନ୍ତି, ପ୍ରଦୀପ ପାତ୍ରୀ,,ସୂର୍ଯ୍ୟନାରାୟଣ ଦାସ, ନାରାୟଣ ବେହେରା, ନୀଳ ମଣି ବିଷୋୟୀ,କାଉନସିଲର ରାଘବ ସିଅ, ସରୋଜ କୁମାର ଭଞ୍ଜ, ଅରୁଣ ପଣ୍ଡା,ରଞ୍ଜନ ପୋଲାଈ, ସନ୍ତୋଷ ବିଶ୍ୱାଳ,କବିରାଜ ବିଶ୍ୱାଳ, ଗିରିଜା ପ୍ରସାଦ ମୁରଲୀଧର ପାଣିଗ୍ରାହୀ,ପ୍ରମୁଖ ଉପସ୍ଥିତ ରହିଥିଲେ l ଆସିକା ଟାଉନ ହଲ ଠାରୁ ଶୋଭାଯାତ୍ରା ବାହାରି, ବିଜେପି କାର୍ଯ୍ୟଳୟ ଠାରେ ପହଂଚି ଥିଲା l ଅନେକ ବିଜେପି କର୍ମୀ କେଣ୍ଡଲ ଶୋଭାଯାତ୍ରାରେ ଯୋଗଦେଇଥିଲେ l

ad-week
Leave A Reply

Your email address will not be published.