ତଣ୍ଡିପୁର ରେ ଚାରା ବଣ୍ଟନ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

add-all

ପାତ୍ରପୁର : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଚାରା ବଣ୍ଟନ ସହିତ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସୁରଙ୍ଗୀ ଫରେଷ୍ଟର ସନ୍ଧ୍ୟା ଦଳ ବେହେରା,ଅମରେଶ ଦାସ, ଜାନକୀ ପ୍ରଧାନ, ଅଳକା ରାଣୀ ବେହେରା, ରାଧା ମାଧବ ବିଶୋୟୀ ଆକାଶ ଗନ୍ତାୟତ ପ୍ରମୁଖ ବନ କର୍ମଚାରୀ ମାନଙ୍କ ଉପସ୍ଥିତିରେ ସ୍ଥାନୀୟ ସରପଞ୍ଚ ରୀତା ପାତ୍ର ଗ୍ରାମବାସୀ ଙ୍କୁ ଆମ୍ବ,ପଣସ,ସେଓ,ଜାମ୍ ଆଦି ବିଭିନ୍ନ ପ୍ରକାର ଚାରା ବଣ୍ଟନ କରିଥିଲେ। ଏହାପରେ ସ୍ଥାନୀୟ ରାଜିବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଆୟୋଜିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ର ଶୁଭାରମ୍ଭ କରିଥିଲେ ସରପଞ୍ଚ। ଉକ୍ତ ଚକ୍ଷୁ ଚିକିତ୍ସା ଶିବିର ରେ ୨୦ ରୁ ଉର୍ଦ୍ଧ ଚକ୍ଷୁ ରୋଗୀ ମାଗଣାରେ ଚିକିତ୍ସା କରିବାସହ ମାଗଣାଔଷଧ ଦିଆଯାଇଥିଲା। ବ୍ରହ୍ମପୁର ଆଇ କେୟାର ହସ୍ପିଟାଲ ପକ୍ଷରୁ ଆୟୋଜିତ ଶିବିର ରେ ଡାକ୍ତର ରଘୁନାଥ ସାହୁ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ଚିକିତ୍ସା ସହଯୋଗ କରିଥିଲେ।ସରପଞ୍ଚ ପ୍ରତିନିଧି ମହେନ୍ଦ୍ର ନାଥ ପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.