ଅହିଂସା, ବୀରତ୍ବ ଏବଂ ବିବିଧତାରେ ଏକାତ୍ମତାର ବାସ୍ତବ ରୂପାୟନ ଆମ ସ୍ବାଧୀନତା

add-all

ବ୍ରହ୍ମପୁର (୧୫/୦୮) : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ’ ଏବଂ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ଠାରେ ଦେଶର ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ କରିବା ସହ ୧୯୪୭ ଅଗଷ୍ଟ ୧୫ ହେଉଛି ଆମ୍ଭମାନଙ୍କ ମହାମୁକ୍ତିର ଦିବସ ଏବଂ ଏହାର ସୁରକ୍ଷା ଦାୟିତ୍ବ ଆମ୍ଭମାନଙ୍କର ବୋଲି ଉପସ୍ଥିତ କଳାକାର ତଥା ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ଅହିଂସା, ବୀରତ୍ବ ଓ ବିବିଧତାରେ ଏକାତ୍ମତାର ବାସ୍ତବ ରୂପାୟନ ହେଉଛି ଆମ ସ୍ବାଧୀନତା ବୋଲି ମତବ୍ୟକ୍ତ କରିଥିଲେ। ପ୍ରାକ୍ତନ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା, କଳାପ୍ରାଣ କୈଳାସ ପାଣିଗ୍ରାହୀ, ବରିଷ୍ଠ କଳାକାର ଅଭିରାମ ରାଉଳ ପ୍ରମୁଖ ଏହି ଅବସରରେ ଆମ ସ୍ବାଧୀନତାର ସଂକ୍ଷିପ୍ତ ଇତିବୃତ୍ତି ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କୁନୁ ବେହେରା, ନୀଳମାଧବ ଜେନା, ବଳଦେବ ସାହୁ, ମହେନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.