ସୀମାନ୍ତରେ ଜଣେ ନାବାଳକଙ୍କ ସହ ୪ଜଣ ମାଓବାଦୀ ଗିରଫ, ବିସ୍ଫୋରକ ସାମଗ୍ରୀ ଜବତ

add-all

ଲକାନଗିରି,୧୮।୮ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲା ପୋଲିସ ଜଣେ ନାବାଳକଙ୍କ ସହ ୪ଜଣ ମାଓବାଦୀଙ୍କୁମା ଗିରଫ କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଗିରଫ ୪ଜଣ ହେଲେ କୁମାର କଡତି, ମନୋଜ କୁମାର ଓୟାମ, ରମେଶ କୁମାର ଓୟାମ ଓ ଜଣେ ନାବାଳକ । ସୂଚନା ମୁତାବକ ଏକ ବସ ଯୋଗେ କିଛି ମାଓବାଦୀ ବିସ୍ଫୋରକ ସାମଗ୍ରୀ ନେଇ ଆସୁଥିବା ଖବର ପାଇବା ପରେ ସିଆର୍‌ପିଏଫ୍ ୨୩୧ ବାଟାଲିୟନର ଦଳ ଦନ୍ତେୱାଡା ବସ୍‌ଷ୍ଟାଣ୍ଡକୁ ଯାଇଥିଲେ। ତେବେ ଏହି ଦଳ ସେଠାରେ ଯାଞ୍ଚ କରିବା ବେଳେ ଏହି ଚାରି ଜଣ ମାଓବାଦୀଙ୍କୁ ମଧ୍ୟ ପଚରା ଉଛର କରିବାରୁ ସେମାନେ ସଠିକ ଉତ୍ତର ଦେଇ ପାରିନଥିବା ବେଳେ ତୁରନ୍ତ ସେମାନଙ୍କୁ ଅଟକ ରାଖୀ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ । ତେବେ ସେମାନଙ୍କ ନିକଟରୁ ୨୫ କେଜି ବିସ୍ଫୋରକ ସାମଗ୍ରୀ, ବନ୍ଧୁକ, ଅସ୍ତ୍ରଶସ୍ତ୍ର ସହ ୮୩ ହଜାର ଟଙ୍କା ଓ ମୋବାଇଲ ଫୋନ୍‌ ଜବତ କରାଯାଇଥିବା ବେଳେ ସମସ୍ତ ଗିରଫ ମାଓବାଦୀଙ୍କୁ କୋର୍ଟ ଚାଳନ କରାଯାଇଥିବା ଜଣା ପଡିଛି ।

ad-week
Leave A Reply

Your email address will not be published.