କଂଗ୍ରେସର ଚିକିଟୀ ବ୍ଲକ ଘେରାଉ ସହ ବିଡ଼ିଓ ଙ୍କୁ ଦାବିପତ୍ର

add-all

ଚିକିଟୀ : ଚିକିଟୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ସଭାପତି ଶଙ୍କର ଅଧିକାରୀ ଙ୍କ ନେତୃତ୍ୱରେ ଚିକିଟୀ ବ୍ଲକ କୁ ଶୁକ୍ରବାର ଦିନ କଂଗ୍ରେସ ତରଫରୁ ନଅ ଦଫା ଦାବି ନେଇ ବ୍ଲକ ଘେରାଉ କରିଥିଲେ।ରାଜ୍ୟରେ ଚାଲିଥିବା ଅଫିସର ରାଜକୁ ବନ୍ଦ କରିବା ସହ ସାଧାରଣ ଜନତାକୁ କିପରି ନିଜର ହକ ମିଳିବ ସେଥି ପ୍ରତି ରାଜ୍ୟ କଂଗ୍ରେସ ନିଜର ଅଭିଯାନ ଚାଲୁରଖିବ ବୋଲି ସାଧାରଣରେ ପ୍ରକାଶ କରିବା ସହ ଚିକିଟୀ ବ୍ଲକରେ ଚାଲିଥିବା ଅରାଜକତା ବନ୍ଦ କରିବାକୁ ମଧ୍ୟ ଜିଲ୍ଲା ମହିଳା କଂଗ୍ରେସ ସମ୍ପାଦିକା ସୁବସିନୀ ପଟ୍ଟନାୟକ ଚେତାବନୀ ଦେଇଥିଲେ। ଦେବା ସହ ଏହି ଓଡିଶାରେ କିପରି କର୍ମଚାରୀ ଜଣକ ରାଜ୍ୟ ଶାସନ ଚଳାଉଛନ୍ତି ସେଥି ପ୍ରତି ଆଗାମୀ ଦିନରେ କଂଗ୍ରେସ ତାର ତୀବ୍ରବିରୁଦ୍ଧ କରିବବୋଲି ପ୍ରକାଶ କରିଥିଲେ।ଆଜି ସମଗ୍ର ରାଜ୍ୟରେ ଜାତୀୟ କଂଗ୍ରେସ ତରଫରୁ ଓଡିଶାର ସମସ୍ତ ବ୍ଲକ ଘେରାଉ କରି ରାଜ୍ୟପାଳ ଉଦ୍ୟସରେ ନିଜର ଅଭିଯୋଗ ପ୍ରଦାନ କରିଥିବା ବେଳେ ଚିକିଟୀ କଂଗ୍ରେସ ମଧ୍ୟ ନିର୍ବାଚନ ମଣ୍ଡଳୀରେ ତାର ନିଜର ସମର୍ଥକ ମାନଙ୍କୁ ଧରି ଚିକିଟୀ ଠାରୁ ଏକ ଶୋଭାଯାତ୍ରା ବାହାର କରି ବ୍ଲକ କାର୍ଯ୍ୟାଳୟ ଠାରେ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ Iଦାବି ମୁତାବାଜ ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ପନ୍ଦର ପ୍ରତିଶତ ପିସି କୁ ବନ୍ଦ କରାଯାଉ ,ନବୀନ ଓଡିଶା ଯୋଜନା ଅନୁସାରେ ପ୍ରତି ପଞ୍ଚାଯତ କୁ ଆସୁଥିବାପଚାଶ ଲକ୍ଷ୍ୟ ଟଙ୍କା କୁ ସିଧାସଳଖ ହସ୍ତାନ୍ତର କରିବା ସହ ଗ୍ରାମ ସଭା ମାଧ୍ୟମରେ ଉକ୍ତ ଟଙ୍କାର ଖର୍ଚ୍ଚକୁ ସାର୍ବଜନୀନ କରାଯାଉ,ଖାଲି ପଡିଥିବା ୨,୨୬,୫୫୯ ହଜାର ପଦବୀକୁ ଶୀଘ୍ର ପୂରଣ କରି ବେକାରି ସମାସ୍ୟାକୁ ଦୁରି କରାଯାଉ,ପେଟ୍ରୋଲ ଡିଜେଲ,ଗ୍ୟାସ ଆଦି ନିତ୍ୟ ବ୍ୟବହାର ସାମଗ୍ରୀର ଦରଦାମ କୁ କମ କରିବା ସହ ସୁ ବଜାରର ବ୍ୟବସ୍ତା କରିବା,କୃଷି ଜାତୀୟ ପଦାର୍ଥ ଗୁଡିକର ଅଭାବୀ ବିକ୍ରି କରିବା ସହ ଶୀତଳ ଭଣ୍ଡାରର ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ରଖିଛି,ଜନଜାତି ମାନକୁ ପ୍ରଦାନ କରାଯାଇଥିବା ସୁବିଧାକୁ ଅଣଦେଖା ବନ୍ଦ କରାଯାଉ,ନାରୀ ନିର୍ଯାତନା କୁ ମଧ୍ୟ ବନ୍ଦ କରିବା ,ପ୍ରଧାନ ମନ୍ତ୍ରୀ ଆବଶକୁ ସାର୍ବଜନୀନ କରି ଯୋଗ୍ୟ ହିତାଧିକାରୀ ମାନକୁ ପ୍ରଦାନ କରାଯାଉ ବୋଲି ଦାବି ଉପସ୍ଥାପନ କରିଥିଲେ Iଏହି କାର୍ଯ୍ୟକ୍ରମରେ କଂଗ୍ରେସ ଜିଲ୍ଲା ଯୁବ ସଭାପତି ଦିବ୍ୟଞ୍ଜୟ ସାହୁ ଙ୍କ ସହ ଅନେକ କଂଗ୍ରେସ କର୍ମୀ ଯୋଗ ଦାନ କରି ଘେରାଉ କୁ ସଫଳ କରିଥିଲେ I

ad-week
Leave A Reply

Your email address will not be published.