ଘୋଡାହାଡ ନଦୀରେ କୁମ୍ଭୀର, ଭିଡିଓ ଭାଇରାଲ : ଅଞ୍ଚଳବାସୀ ଆତଙ୍କିତ

add-all

ହିଞ୍ଜିଳିକାଟୁ (୨୦/୮): ହିଞ୍ଜିଳିକାଟୁ ଘୋଡାହାଡ ନଦୀରେ କୁମ୍ଭୀର ଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ପରେ ଅଞ୍ଚଳର ଲୋକଙ୍କ ମନରେ ଛନକା ପଶିବା ସହ ଲୋକେ ସ୍ନାନ ଶୌଚ ପାଇଁ ସ୍ଥାନୀୟ ଘୋଡାହାଡ ନଦୀକୁ ଯିବାକୁ ଭୟ କରୁଥିବା ଜଣାପଡିଛି। ଘୋଡାହାଡ ନଦୀରେ କୁମ୍ଭୀର ଥିବା ଏକ ଭିଡିଓ ଶନିବାର ଠାରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଖବର ପାଇ ହିଞ୍ଜିଳିକାଟୁ ଭାରପ୍ରାପ୍ତ ବନପାଳ ଘରମଣି ପାଣିଗ୍ରାହୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହିତ ଗତିବିଧି ଲକ୍ଷ୍ୟ କରିଛନ୍ତି । ଘୋଡାହାଡ ନଦୀରେ କୁମ୍ଭୀର ନଥିବା ସୂଚନା ଦେବା ସହିତ ଏହା ଏକ ଭାଇରାଲ ଭିଡିଓ ବୋଲି ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.