ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ପାତ୍ରପୁର ବ୍ଲକର ଯୁବକ ଅଜିତ…

add-all

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ରାଜପୁର ଗ୍ରାମର ଯୁବକ ବିରଳ ରେକର୍ଡର ଅଧିକାରୀ ହୋଇ ନିଜ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅଜିତ ମଲ୍ଲିକ।ତାଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନିତ ହୋଇଛି। ମାସକ ମଧ୍ୟରେ ନିଜ ୟୁଟୁବ ଚ୍ୟାନେଲ “ଫିଜିକ୍ସ ଉଇଥ ଅଜିତ” ରେ ୫୪ଗୋଟି ପଦାର୍ଥ ବିଜ୍ଞାନ ଭିଡ଼ିଓ ଅପଲୋଡ଼ କରି ଅଜିତ ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଚଳିତ ବର୍ଷ ଜୁନ ୨୭ ତାରିଖରେ ସେ ନିଜ ୟୁଟୁବ ଚ୍ୟାନେଲ ଆରମ୍ଭ କରି ଜୁଲାଇ ୨୭ ଭିତରେ ସର୍ବାଧିକ ୫୪ ଗୋଟି ଭିଡ଼ିଓ ଅପଲୋଡ଼ କରିବା ପରେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ଅଜିତଙ୍କ ନାମ ସ୍ଥାନିତ ହେବା ସହିତ ତାଙ୍କୁ ମେଡାଲ, ବେଡ଼ଜ, କଲମ ସହିତ ମାନପତ୍ର ଦେଇ ଇଣ୍ଡିଆ ବୁକ ସମ୍ମାନିତ କରିଛି। ଏଭଳି ପଦାର୍ଥ ବିଜ୍ଞାନର ଭିଡ଼ିଓ ଅପଲୋଡ଼ କରି ଅଜିତ ଶହ ଶହ ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି।

ଓଡିଶା ତଥା ଓଡିଶା ବାହାରେ ମଧ୍ୟ ବହୁ ଛାତ୍ରଛାତ୍ରୀ ତାଙ୍କ “ଫିଜିକ୍ସ ଉଇଥ ଅଜିତ, ୟୁଟୁବ ଚ୍ୟାନେଲ ଭିଡିଓ ମାଧ୍ୟମରେ ଦେଖି ସଫଳତା ହାସଲ କରି ଥିବା ଜଣାପଡ଼ିଛି।କ୍ୱାଣ୍ଟମ ମେକାନିକ,କ୍ଲାସିକ ମେକାନିକ,ବିଦ୍ୟୁତ କ୍ଷେତ୍ର,ଏକକ ଓ ମାତ୍ରା, କୁଲମଙ୍କ ନିୟମ ଭଳି ବିଷୟ ସେ ୟୁଟୁବରେ ଛାଡିଥିଲେ । ପାତ୍ରପୁର ବ୍ଲକ ରାଜପୁର ଗ୍ରାମର ବିଜୟ କୁମାର ମଲ୍ଲିକ ଓ ଝୁନୁ ଲତା ମଲ୍ଲିକଙ୍କ ପୁତ୍ର ଅଜିତ ଏବେ ବ୍ରହ୍ମପୁରର ଏକ ଘରୋଇ କଲେଜ ରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କରି ଏଭଳି ପାରଦର୍ଶିତା ଯୋଗୁଁ ପାତ୍ରପୁର ବ୍ଲକର ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ad-week
Leave A Reply

Your email address will not be published.