ରାଜ୍ୟ କ୍ୟାବିନେଟରେ କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ସୁପାରିଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

add-all

ଫୁଲବାଣୀ : କୁଇ ଭାଷାକୁ ସମ୍ୱିଧାନର ୮ମ ଅନୁଚ୍ଛେଦ ରେ ଅନ୍ତର୍ଭୁକ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ସୁପାରିଶ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମଗ୍ର ଓଡ଼ିଶାର ସମେତ କନ୍ଧମାଳ ଜିଲ୍ଲାର ଜନପ୍ରତିନିଧି ପ୍ରମୁଖ ଏବଂ କୁଇ(କନ୍ଧ) ସମ୍ପ୍ରଦାୟର ବଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଓ ଜନପ୍ରତିନିଧି ନବୀନ ନିବାସ ଠାରେ ଉପସ୍ଥିତ ହୋଇ କୃତଜ୍ଞତା ଜଣାଇଥିଲେ। କୁଇ ଭାଷା ସାହିତ୍ୟ ସମିତି, ଓଡ଼ିଶାର ସଭାପତି ଦୀନବନ୍ଧୁ କହଁର, ସମ୍ପାଦକ ଡା ନିରଦ ଚନ୍ଦ୍ର କହଁର, ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ, ଘୁ. ଉଦୟଗିରି ପ୍ରତିନିଧି ବୀରେନ୍ଦ୍ର ପ୍ରଧାନ, ନରୋତ୍ତମ ପ୍ରଧାନ, କୁଇ ସମାଜ ସେବା ସମିତି, ଫୁଲବାଣୀର ସଭାପତି ସୁଦର୍ଶନ କହଁର, ସମ୍ପାଦକ ଅବନୀ କୁମାର କହଁର, କୁଇ କୂଳ ସମିତି, ବାଲିଗୁଡା ସଭାପତି ମନୋଜ ମଲ୍ଲିକ,କୁଇ ଯୁବ ପରିଷଦର ସଭାପତି ଦେବାଶିଷ କହଁର, ଭାବୀନ୍ଦ୍ର କହଁର, ରାୟଗଡା ଜିଲ୍ଲା ପ୍ରତିନିଧି ବିଜୟ କୁମାର ମେଲକା, ଆଦିବାସୀ ଭାଷା ଓ ସଂସ୍କୃତି, ଓଡ଼ିଶା ସଦସ୍ୟ ମେଦିନୀଧର ଯାନୀ, କୋରାପୁଟ ପ୍ରତିନିଧି ଈଶ୍ବର ମିନିଆକା, ବୁଲୁ ହିକକା, ମାଲକାନଗିରି ଜିଲ୍ଲାର ଗୋପି ପାଙ୍ଗୀ, ହରିବନ୍ଧୁ ଗୋଲାରି, ଆଦିବାସୀ ଉନୟନ ପରିଷଦ ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, କନ୍ଧମାଳ ଅଧ୍ୟକ୍ଷ ରଦନ ମଲ୍ଲିକ, ଉପାଧ୍ୟକ୍ଷା ନଳିନୀ କହଁର, କନ୍ଧମାଳ ଜିଲ୍ଲାର ମାନ୍ୟବର ବିଧାୟକ ଅଙ୍ଗଦ କହଁର, ଚକ୍ରମଣି କହଁର, ସାଲୁଗା ପ୍ରଧାନ, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ବିଏମସି ଡେପୁଟି ମେୟର ମଞ୍ଜୁଲତା କହ୍ନର,ବିଭିନ୍ନ ବ୍ଳକ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଅନିମା କହଁର, ସସ୍ମିତା କହଁର, ଦିଲ୍ଲୀପ କହଁର, ପ୍ରିତମ ପ୍ରଧାନ, ବୈନେତ୍ରୀ କହ୍ନର, ବାସନ୍ତୀ ମାଝୀ, ସୁଷମା ପ୍ରଧାନ, ସୁଶାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଜୟଶ୍ରୀ କହ୍ନର, ରଞ୍ଜନ ପ୍ରଧାନ, ଲିଲିମା ପ୍ରଧାନ, ନମିତା କହ୍ନର, ମମତାରାଣୀ କହଁର ପ୍ରମୁଖ ଉପସ୍ଥିତ ଥିଲେ। କନ୍ଧମାଳ ଲୋକ ସଭା ସାଂସଦ ଡା. ଅଚ୍ୟୁତ ସାମନ୍ତ ଓ ବିହନ ନିଗମ, ପଞ୍ଚାନନ ମଳିକ, ଆଲୋକ ଭାଇ, ଓଡ଼ିଶା ଅଧ୍ୟକ୍ଷ ବିଜୟ କୁମାର ନାୟକ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଅନ୍ୟ ବରିଷ୍ଠ ଜନପ୍ରତିନିଧି ଲାଲନନ୍ଦ ପ୍ରଧାନ, ଭଜମନ ପ୍ରଧାନ,ବିଷ୍ଣୁ ମଲ୍ଲିକ, ଷ୍ଟିପେନ ପ୍ରଧାନ, ସୁଶାନ୍ତ କହ୍ନର, କୁମୁଦ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ l ଏ ନେଇ ଅବନୀ କହଁରଙ୍କ ସମେତ ଖୁସି ବ୍ୟକ୍ତ କରିଛନ୍ତି l

ad-week
Leave A Reply

Your email address will not be published.