ପଞ୍ଚାୟତସ୍ତରରୁ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନ କରିବ ବିଜେପି

add-all

ଫୁଲବାଣୀ : ଆଜି ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଏକ ସ୍ୱତନ୍ତ୍ର ବୈଠକ ବସିଥିଲା l ରାଜ୍ୟ ବିଜେପିର ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ମନରେଗାରେ ଦୁର୍ନୀତି, ରାସ୍ତା କାମରେ ଦୁର୍ନୀତି, 5ଟି ଦୁର୍ନୀତି ଏମିତି ଅନେକ ଦୁର୍ନୀତି ତଥା ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ଆନ୍ଦୋଳନ କରିବ l ଆଗାମୀ ଅଗଷ୍ଟ ମାସ 31 ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ 171 ଗୋଟି ପଞ୍ଚାୟତ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଘେରାଉ କରାଯିବାକୁ ସ୍ଥିର ହୋଇଛି l ରାଜ୍ୟ ନିର୍ଦେଶ ପ୍ରକାରେ ପୂର୍ବତନ ମନ୍ତ୍ରୀ ତଥା ମହିଳା ନେତ୍ରୀ ସୁରମା ପାଢ଼ୀ ଉକ୍ତ ବୈଠକରେ ଯୋଗ ଦେଇ ଆଗାମୀ 25 ଓ 26 ତାରିଖ ଦୁଇଦିନ ଧରି ସମଗ୍ର ଜିଲ୍ଲାରେ ଭୋଟର ସଚେତନତା କାର୍ଯ୍ୟକ୍ରମ କରିବାକୁ ଆଗ୍ରହ କରିବା ସହିତ ପଞ୍ଚାୟତ ସ୍ତରରେ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ l
ଏହି ବୈଠକରେ ଲୋକସଭା ସଂଯୋଜକ ତଥା ଜିଲ୍ଲା ଉପସଭାପତି ଶ୍ରୀ ରମେଶ ମହାନ୍ତି, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପଦ୍ମ ଚରଣ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ମାନଗୋବିନ୍ଦ ପ୍ରଧାନ, ଦେବେନ୍ଦ୍ର କୁଦେଇ, ଲିଙ୍ଗରାଜ ଦଳବେହେରା, ପୌରଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ଜିଲ୍ଲା ଉପସଭାପତି ବିପିନ ପାତ୍ର, ଅଜିତ ପଟ୍ଟନାୟକ, ନମିତା ସାହୁ, ଝୁଲିମା ଦଳବେହେରା, ସୁଷମା ସାହୁ, ଜିଲ୍ଲା ମୋର୍ଚ୍ଚା ଗୁଡିକର ସଭାପତି ଶ୍ରୀ ଅନନ୍ତ ଦିଗାଲ, ହରେନ ସାହୁ ଅବନେଶ୍ୱର କହଁର, ବିସିକେଶନ ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ l ଜିଲ୍ଲାର ପ୍ରାୟ ସମସ୍ତ ମଣ୍ଡଳ ସଭାପତି ଓ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗ ଦେବା ସହିତ ସକ୍ରିୟ ଅଂଶଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.