ଖଡୁରା ସମାଜ ଫୁଲବାଣୀ ପକ୍ଷରୁ କାଉଡିଆଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ…

add-all

ଫୁଲବାଣୀ : ଗତ କିଛି ଦିନ ପୂର୍ବେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ପ୍ରତିଷ୍ଠା ହୋଇଥିଲା। ଆଜି ସେହି ନିଖିଳ ଖଡୁରା ସମାଜ ନିଜ ସଂଗଠନର ପ୍ରତିଷ୍ଠା କରିଥିବା ନେଇ ପୁଣି ଏକ ଅଭିନବ ପ୍ରୟାସ ସଂଘ ପକ୍ଷରୁ କାର୍ଯ୍ୟ କରିଛନ୍ତି। ରବିବାର ଠାରୁ ଚକାପାଦ ଶୈବ ପୀଠରେ କାଉଡିଆ ମାନଙ୍କ ଭିଡ ଜମିଥିଲା ଶିବ ଲିଙ୍ଗରେ ପାଣି ଢ଼ାଳିବା ପାଇଁ l ଏହି ପିଠକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଭକ୍ତ ଆସି ରୁଣ୍ଡ ହୁଅନ୍ତି ଏହିପରି ସମୟରେ ରବିବାର
ସନ୍ଧ୍ୟାରୁ ଖଡୁରା ସମାଜ ତରଫରୁ ହଜାର ହଜାର ଭକ୍ତଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ଏବଂ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି l କିଛି ଦିନ ତଳେ ଏହି ସାମାଜ ପକ୍ଷରୁ
ଡ୍ରିମଲ୍ୟାଣ୍ଡ ହୋଟେଲରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହିପରି ଏକ ସେବା କାର୍ଯ୍ୟ ପ୍ରଦାନ ପାଇଁ ସମାଜର ସଭାପତି ଅର୍ଜୁନ ସେନାପତିଙ୍କ ତତ୍ତ୍ବାବଧାନ ରେ ଏବଂ ସମ୍ପାଦକ ଉମାଶଙ୍କର ମହାପାତ୍ରଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇ ପାରିଛି l ସଂଘର ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାପାତ୍ର ଏବଂ ସଦସ୍ୟ ଭିମରାଜ ନାୟକ, ପ୍ରଦିପ କୁମାର ନାୟକ, ମିଟୁ ନାୟକ, ଦିବାକର ନାୟକ, ଅକ୍ଷୟ କୁମାର ମହାପାତ୍ର,ରବିନ୍ଦ୍ର ସୁବୁଦ୍ଧି, ବଳରାମ ମହାପାତ୍ର, ବିଗୀନି ନାୟକ, ଟୁଟୁ ନାୟକ, ଭଗବାନ ନାୟକ, ନାରାୟଣ ମହାପାତ୍ର, ଶଙ୍କର ନାୟକଙ୍କ ସଞ୍ଜିବ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାଉଡିଆଙ୍କୁ
ସେବା ସହ ପ୍ରାଥମିକ ଚିକିତ୍ସା ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ। ଜିଲ୍ଲାରେ ଏପରି ଆଗକୁ ବିଭିନ୍ନ ପ୍ରକାରର ସେବା ସହଯୋଗ ଖଡୁରା ସମାଜ ପକ୍ଷରୁ ଆୟୋଜନ କରାଯିବ ବୋଲି ସମ୍ପାଦକ ଉମାଶଙ୍କର ମହାପାତ୍ର କହିଛନ୍ତି l

ad-week
Leave A Reply

Your email address will not be published.