ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସଂଗଠନର ଉପସଭାପତି ଅଚ୍ୟୁତାନନ୍ଦ କହଁରଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି l ଜିଲ୍ଲାର ବିଭିନ୍ନ ବ୍ଲକରୁ ୫୦୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଉପସ୍ଥିତ ରହି ଉତ୍ସାହର ସହ ପାଳି ଥିବାର ଦେଖିବାକୁ ମିଳିଥିଲା l ଅନ୍ୟତମ ଉପସଭାପତି ପ୍ରମୋଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ, ସଙ୍ଗଠନ ସମ୍ପାଦକ ପ୍ରସନ୍ନ ସାହାଣୀ, ସହ ସମ୍ପାଦକ ସୁବାସ ନାୟକ, ମୁଖ୍ୟ ଉପଦେଷ୍ଟା ରାଜ କିଶୋର ବେହେରା, ବସନ୍ତ କୁମାର ବେହେରା, ରବି ନାରାୟଣ ସୁବୁଦ୍ଧି, ବାସୁଦେବ ପ୍ରହରାଜ, କାଶୀନାଥ ମହାରଣା, ମୋଚିରାମ ମିଶ୍ର ଉପସ୍ଥିତ ରହି ବରିଷ୍ଟ ନାଗରିକ ଦିବସରେ ନିଜ ନିଜର ମତ ବ୍ୟକ୍ତ କରି ସଙ୍ଘକୁ ଜ଼ିଲ୍ଲା ରେ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ l ସେହିପରି ସଙ୍ଘର ଆଇନ ପରାମର୍ଶ ଦାତା ଆଇନ ଜୀବୀ ସତ୍ୟ ନାରାୟଣ ବେହେରା ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ସରକାର ଆଇନ ତିଆରି କରିଛନ୍ତି ଏଣୁ ଆପଣ ମାନେ ଉତ୍ସାହିତ ହେବା ଦରକାର ବୋଲି ମତ ପୋଷଣ କରିଥିଲେ l ପ୍ରଶ୍ନ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ଶେଷରେ ଏହି ଅବସରରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା l

ad-week
Leave A Reply

Your email address will not be published.