ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

add-all

ହିଞ୍ଜିଳିକାଟୁ (୨୨/୦୮) : ହିଞ୍ଜିଳିକାଟୁ ମୁନିସୀପାଲଟି ତରଫରୁ ନିଖିଳ ଉତ୍କଳ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ମଙ୍ଗଳବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ମୁନିସୀପାଲଟି ସଭାଗୃହରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା , ଅତିରିକ୍ତ ତହସିଲଦାର ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ‘ଓଡିଶା ମୋ ପରିବାର ସମ୍ପାଦକ ନିଳମଣୀ ପଟ୍ଟନାୟକ ‘ରାଜ୍ୟ ଵିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ‘ହିଞ୍ଜିଳିକାଟୁ ଵିଜେଡି ନଗର ସଭାପତି ଭୀମସେନ ବେହେରା ‘ବିଜେଡି ନେତା ଶିଵରାମ ଗୌଡ,କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର ‘ଯନ୍ତ୍ରୀ ମାନସ ରଞ୍ଜନ ଦାସ ,ସମସ୍ତ କାଉନସିଲର ,ବଣିକ ସଂଘ କର୍ମକର୍ତ୍ତା, ପୂର୍ବତନ ଉପନଗରପାଳ ହୃଦୟାନନ୍ଦ ମହାପାତ୍ର ପ୍ୟାରିମୋହନ ପାଢି,କିରଣ କୁମାର ପଟ୍ଟନାୟକ, ସଞ୍ଜୟ କୁମାର ପଣ୍ଡାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

ଅଗଷ୍ଟ ୩୧ ତାରିଖ ସକାଳ ୭ ଘଟିକା ସମୟ ରେ ପ୍ୟୈରପରିଷଦ ରେ ଅଧ୍ୟକ୍ଷ ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ପ୍ରତ୍ୟେକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ୟାରେଡ ଅନୁଷ୍ଠିତ ହେବ ଓ ବିଦ୍ୟାଳୟ ର ଶ୍ରେଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ନିଷ୍ପତି ହୋଇଥିଲା । ଅନୁରୂପ ଭାବେ ସ୍ଵତନ୍ତ୍ର ଭାବେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ । ଏହି ଅବସରରେ ଦୁଇ ଦିନ ମହାଆଡମ୍ବରରେ ପାଳନ କରାଯିବ । ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ବଇଂଚବଣିଆ ଛକ ଠାରୁ ସ୍ବଚ୍ଛତା ରାଲି ଅନୁଷ୍ଠିତ ହେବ । ଦ୍ଵିତୀୟ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ଯୋଜନା ରହିଛି ବୋଲି ସୂଚନା ଦିଆଯାଇଥିଲା ।

ad-week
Leave A Reply

Your email address will not be published.