
ଚିକିଟୀ : ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ଉପସଭାପତି ଶ୍ରୀ ସନ୍ତୋଷ କୁମାର ସାହୁଙ୍କ ପୌରହିତରେ ଶିଶୁବାଟିକାର ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦକ୍ଷିଣପୂର୍ବ ସମ୍ଭାଗର ଶିଶୁ ବାଟିକା ବିଭାଗର ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଅରୁଣ କୁମାର ବାଗ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୨ଟି ଶିକ୍ଷା ବ୍ୟବସ୍ଥାକୁ ଶିକ୍ଷା ବିକାଶ ସମିତି ଲାଗୁ କରି ଶିଶୁଙ୍କ ପୂର୍ଣ୍ଣାଙ୍ଗ ବିକାଶ କରିବାରେ କିପରି ସହାୟକ ହୋଇପାରିଛି ସେହି ସମ୍ବନ୍ଧରେ ଉପସ୍ଥିତ ଥିବା ମାଆ ମାନଙ୍କୁ ବୁଝାଇଥିଲେ।ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ସୁବୁଦ୍ଧି ମାଆ ମାନଙ୍କ ଶଙ୍କା ମୋଚନ କରିଥିଲେ। ଅତିଥି ମାନଙ୍କ ପରିଚୟ ପ୍ରଧାନାଚାର୍ଯ୍ୟ ଶ୍ରୀ ନିରଞ୍ଜନ ବିଷୋୟୀ ରଖିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟଜ୍ଞାପନ କରିଥିଲେ । ସଦସ୍ୟା ଶ୍ରୀମତୀ ପ୍ରିୟଦର୍ଶନୀ ସାହୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରି ପରସ୍ପର ସହଯୋଗୀ ହେବାପାଇଁ କହିଥିଲେ। ମାତୃସମ୍ମିଳନୀ ରେ ୮୭ଜଣ ମା’ ଉପସ୍ଥିତ ରହିଥିଲେ । ଶିଶୁ ବାଟିକା ପ୍ରମୁଖା ଶ୍ରୀମତୀ ମେନକା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଓ ଶିଶୁବାଟିକାର ସମସ୍ତ ଗୁରୁମା ମାନଙ୍କ ସକ୍ରିୟ ସହଯୋଗ ଫଳରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା।