ବିଜୁ ମହିଳା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

add-all

ଫୁଲବାଣୀ : ବିଜୁ ମହିଳା ଜନତା ଦଳ କନ୍ଧମାଳ ପକ୍ଷରୁ ସଭାନେତ୍ରୀ ପୁନମ କହଁରଙ୍କ ସଭାପତିତ୍ବରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ମୂଖ୍ୟ ଅତିଥି ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିଦର୍ଶନ କରି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ତତ୍ପରେ କଲ୍ୟାଣ ମଣ୍ଡପ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ଯ ସଭାନେତ୍ରୀ ସ୍ନେହାଙ୍ଗିନ ଛୁରିଆ,ଯୋଗ ଦେଇ ମା ମାନଙ୍କ ଉନ୍ନତିରେ ରାଜ୍ୟର ଉନ୍ନତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ତେଣୁ ରାଜ୍ୟର କୋଣ ଅନୁକୋଣରେ ମା ମାନଙ୍କ ଯେପରି ଉନ୍ନତି ହେବ ସେଥିପାଇଁ ଉପସ୍ଥିତ ସମସ୍ତ ମହିଳା କର୍ମୀଙ୍କୁ କହିଥିଲେ l କନ୍ଧମାଳ ସାଂସଦ ଅଚ୍ୟୁତନନ୍ଦ ସାମନ୍ତ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର,ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ,ରୋଦନ ମଲ୍ଲିକ, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ଖଜୁରୀପଡ଼ା ବ୍ଳକ ଅଧ୍ୟକ୍ଷା ଅନୀମା କହଁର, ଉପାଧ୍ୟକ୍ଷା ପାୟଲ ବେହେରା,ନଗର ସଭାପତି ବିମଳ ପାଢୀ, ରାଜେନ୍ଦ୍ର ପାଢୀ, ପାର୍ଥ ବିଶ୍ଵାଳଙ୍କ ସମେତ ବହୁ ସଂଖ୍ଯାରେ ମହିଳା କର୍ମୀମାନେ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.