ବିଜୁ ଜନତା ଦଳର କର୍ମକର୍ତ୍ତା ବୈଠକ

add-all

ଫୁଲବାଣୀ :ଜିଲ୍ଳା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ବରେ ବିଜୁ ଜନତା ଦଳର ବ୍ଳକ ସ୍ତରୀୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଏସ ଡି ସି ଅଧ୍ୟକ୍ଷ ରୋଦନ ମଲ୍ଲିକ, ମହିଳା ସଭାନେତ୍ରୀ ପୁନମ କହଁର ପ୍ରମୁଖ ଉପସ୍ଥିତ ଥିଲେ l ଏହି ବୈଠକରେ ବିଭିନ୍ନ ବ୍ଲକରୁ ଆସିଥିବା କର୍ମକର୍ତ୍ତା ନିଜ ନିଜ ଅଞ୍ଚଳର ସୁବିଧା ଅସୁବିଧା ସମ୍ପର୍କରେ ମତାମତ ରଖିବା ସହିତ ଆଉ କିପରି କାର୍ଯ୍ୟ କଲେ ଦଳ ତୃଣମୂଳ ସ୍ତରରେ ମଜଭୁତ ହୋଇ ପାରିବ ତାହା ମଧ୍ଯ ଆଲୋଚନା ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ନଗର ସଭାପତି ବିମଳ ପାଢୀ,ମିଡିଆ ସମ୍ପାଦକ ରାଜେନ୍ଦ୍ର ପାଢୀ,ପ୍ରତାପ ପାତ୍ର, ସୁଧୀର କହଁର, ରାଜେନ୍ଦ୍ର କହଁରଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.