
ଝରୀଗାଁ : ଅନ୍ତିମ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ସମୟରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବାକୁ ନେଇ ତାରାଯୋଡ଼ି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ସୂଚନା ପ୍ରକାରେ ଝରୀଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅନ୍ତର୍ଗତ ତାରାଯୋଡି ଗ୍ରାମର ଖଗପତି ହରିଜନଙ୍କ ଝିଅ ରଂଜିତା ହରିଜନ କୋଷାଗୁମୁଡା ବ୍ଲକର ବଡଗୁମୁଡା ଆଶ୍ରମ ସ୍କୁଲର ଛାତ୍ରୀ ବାସରେ ରହି ଦଶମ ଶ୍ରେଣୀରେ ପଡୁଥିଲେ |ଗତକାଲି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନିଆଯାଉଥିବା ସମୟରେ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଛି |ପରିବାର ଲୋକଙ୍କ କହିବା ପ୍ରକାରେ,ଦୁଇ ରୁ ତିନି ଦିନ ହେବ ସେ ଜ୍ୱର ଓ ମୁଣ୍ଡବ୍ୟଥାରେ ପୀଡିତ ଥିଲେ, ଖବର ପାଇ ଶରଣପୁରରେ ରହୁଥିବା ତାଙ୍କର ନିଜ ମାମୁ ଘନଶ୍ୟାମ ଗାଣ୍ଡା ବଡ଼ଗୁମୁଡା ଆଶ୍ରମ ସ୍କୁଲକୁ ଭାଣିଜୀକୁ ଦେଖା କରିବାକୁ ଯାଇଥିଲେ କିନ୍ତୁ ସ୍କୁଲ କତୃପକ୍ଷ ତାଙ୍କର ଭାଣିଜୀ ସହିତ ଦେଖା କରିବାକୁ ଦେଇନଥିଲେ,ଏପରିକି ପରିବାର ଲୋକେ ଫୋନ କରି ସ୍କୁଲ କତୃପକ୍ଷଙ୍କ ରଞ୍ଜିତାଙ୍କ ସ୍ୱାସ୍ଥବସ୍ଥା ବୁଝିଲା ବେଳକୁ ସ୍କୁଲ କତୃପକ୍ଷ କହିଲେ ରଞ୍ଜିତାକୁ ଡାକ୍ତରଖାନା ନିଆଯାଇଥିଲା ବର୍ତ୍ତମାନ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ ଅଛି ଚିନ୍ତାର କିଛି ବିଷୟ ନାହିଁ l କାଲି ହଟାତ ପୁଣିଥରେ ରଂଜିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରଥମେ ବଡଗୁମୁଡା ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ନେଇଯିବାକୁ ସେଠିକାର ଡାକ୍ତର ପରାମର୍ଶ ଦେଇଥିଲେ |ଆମ୍ବୁଲାନ୍ସ ପହଞ୍ଚି ନଥିବାରୁ ଏକ ଗାଡି ଭଡାକରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ନେଇଯିବା ସମୟରେ ଚିର ଦିନ ପାଇଁ ରଞ୍ଜିତା ବାଟରେ ହିଁ ଆଖି ବୁଜିଦେଲେ | ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ରଂଜିତାଙ୍କ ବାପା ଖଗପତି ହରିଜନ କହିଛନ୍ତି ଏବଂ ଚିକିତ୍ସାରେ ଅବହେଳା ଯୋଗୁଁ ରଂଜିତାର ମୃତ୍ୟୁ ଘଟିଥିବା ସେ ଅଭିଯୋଗ କରିଛନ୍ତି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସପନ ହାଲଦାର ଖଗପତିଙ୍କ ଅଭିଯୋଗ କୁ ଖଣ୍ଡନ କରି କହିଛନ୍ତି କି, ଛାତ୍ରୀଙ୍କୁ ଜ୍ୱର ଓ ମୁଣ୍ଡବ୍ୟଥା ପାଇଁ ବଡଗୁମୁଡା ଡାକ୍ତରଖାନାରେ ଭର୍ତି କରାଯାଇଥିଲା,ଥରେ ନୁହେଁ 2ରୁ 3ଥର ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଅଚାନକ ବୁଧବାର ଦିନ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶରେ ରଞ୍ଜିତାଙ୍କୁ ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ପ୍ରଧାନ ଶିକ୍ଷକ ସପନ ହାଲଦାର କହିଛନ୍ତି | ସବୁଠୁ ବଡ଼ ଆଚାର୍ଯ୍ୟର ବିଷୟ ସରଣପୁରରେ ଥିବା ତାଙ୍କର ମାମୁ ଘନଶ୍ୟାମ ଗାଣ୍ଡା ଯେତେବେଳେ ଦେଖା କରିବାକୁ ଆଶ୍ରମ ସ୍କୁଲରେ ଯାଇଥିଲେ ସେତେବେଳେ ସ୍କୁଲ କତୃପକ୍ଷ ନିଜ ଭାଣିଜୀ ସହିତ ଦେଖା କରିବା ପାଇଁ କାହିଁକି ଦେଇ ନ ଥିଲେ ବୋଲି ବୁଦ୍ଧିଜିବି ମହଳରେ ବେଶ ଚୋର୍ଚ୍ଚାର ବିଷୟ ପାଲଟିଛି l ସ୍କୁଲ କତୃପକ୍ଷ ଉପରେ କାନୁନି କାରବାଇ ହେଲେ ରଞ୍ଜିତାର ମୃତ୍ୟୁର ପ୍ରକ୍ରୁତ ରହଷ୍ୟ ଉନ୍ମୋଚନ ହେବ କହି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି l ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ କହି ଜ଼ିଲ୍ଲା ମୁଖ୍ୟଲୟର ଡାକ୍ତରଙ୍କ କହିବା ସୂଚନା ମିଳିଛି l