ଜମୁଛି ରାକ୍ଷୀ ବେପାର

add-all

ହିଞ୍ଜିଳିକାଟୁ ୨୬/୮ : ଦୁଇଦିନ ପରେ ରାକ୍ଷୀ ପୂର୍ଣିମା। ଭାଇ ଭଉଣୀଙ୍କ ପାଇଁ ଏହି ଦିନଟି ବେଶ ମହତ୍ବ ହୋଇଥାଏ । ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ ଆଉ ଲୋଡିବ ସୁରକ୍ଷାର ପ୍ରତିଶ୍ରୃତି । ଏଥିପାଇଁ ବଜାର ମାନଙ୍କରେ ରାକ୍ଷୀ ବ୍ୟବସାୟ ଜମିଛି । ରଙ୍ଗ ବେରଙ୍ଗ ବିଭିନ୍ନ ଡିଜାଇନର ରାଖି ରହିଛି ଦୋକାନରେ । ଭଉଣୀ ମାନେ ଆସି ତାଙ୍କ ମନପସନ୍ଦର ରାକ୍ଷୀ ନେଇ ଯାଉଛନ୍ତି ଘରକୁ ।ଚଳିତ ବର୍ଷ ଦୁଇଟା ଶ୍ରାବଣ ପଡୁଥିବାରୁ ବହୁତ୍ ଦିନ ଆଗରୁ ହିଞ୍ଜିଳିକାଟୁ ବଜାର ରେ ରାକ୍ଷୀ ଦୋକାନ ଖୋଲିଛି। ଚଳିତ ବର୍ଷ ଚନ୍ଦନ ସିନ୍ଦୂର ସହ ରାକ୍ଷୀ ମଧ୍ୟ ମିଳୁଛି । ଚଳିତ ବର୍ଷ ଭଲ ବ୍ୟବସାୟ ହେଉଥିବାରୁ ଦୋକାନ ମାଲିକ ତିଲକ ସୁବୁଦ୍ଧି କହିଛନ୍ତି।

ad-week
Leave A Reply

Your email address will not be published.