
ଫୁଲବାଣୀ : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ପରିବାରର ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରନ୍ତି କିନ୍ତୁ ନିରୀହ ଖଟିଖିଆ ଝାଟିମାଟି କୁଡ଼ିଆରେ ରହୁଥିବା ପରିବାର ପାଇଁ ଆବାସ ଫେଲ୍ ମାରିଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ପଞ୍ଚାୟତ ଅନ୍ତର୍ଗତ ବାଲିଆପଡା ଗାଁ ର ସରସ୍ଵତୀ ନାୟକ ଦିର୍ଘ ବର୍ଷ ରୁ ଏହି ଝାଟିମାଟି ଘରେ ରହୁଥିବା ଅଭିଯୋଗ କରିଛନ୍ତି । ପରିବାର କହିବା ମୁତାବକ ସରସ୍ଵତୀ ଙ୍କ ସ୍ବାମୀ ଚାଲି ଯିବାର ଅନେକ ବର୍ଷ ବିତି ଯାଇଥିଲେ ସୁଦ୍ଧା ପରିବାର କୁ ରହିବା ପାଇଁ ଭଲ ଘର ଖଣ୍ଡିଏ ନାହିଁ । ଏହିଭଳି ଫିରିଙ୍ଗିଆ ବ୍ଲକର ଅନେକ ଅପହଞ୍ଚ ଗାଁରେ ଆଜି ବି ନିରିହ ଗରିବ ପରିବାର ପଲିଥିନ ତଳେ କିମ୍ବା ଝାଟିମାଟି କୁଡ଼ିଆରେ ରହୁଥିବା ଦେଖିବାକୁ ମିଳିଛି l କିନ୍ତୁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଆବାସ ଯୋଗାଇ ଦେଇଥିଲେ ମଧ୍ୟ ସଠିକ ନିରୀହ ହିତାଧିକାରୀ ଘର ଖଣ୍ଡିଏ ପାଇଁ ପାଇବା ଯୋଗ୍ୟ ଥିଲେ ମଧ୍ୟ ତାହା ଘର ଆସିବା ଆଗରୁ ବାଟବଣା ହେଉଥିବା କହିଛନ୍ତି ଅଞ୍ଚଳ ନିରୀହ ହିତାଧିକାରୀ । ଯାହା ଫଳରେ ଆବାସ ଯୋଜନାରେ ସାମିଲ ନିମନ୍ତେ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଉପଯୁକ୍ତ ପରିବାର ରହିବା ପାଇଁ ଭଲ ଘର ଖଣ୍ଡିଏ ନାହିଁ । ଏଠି ପ୍ରଶ୍ନ ଉଠୁଛି ସରକାର ଯୋଜନା ଥିଲେ ମଧ୍ୟ ଉପଯୁକ୍ତ ହିତାଧିକାରୀ ଙ୍କୁ ମିଳୁନି କାହିଁକି ଆବାସ ଯାହା ଫଳରେ ଆବାସ ଯୋଜନା ମାଧ୍ୟମରେ ଘର ଖଣ୍ଡିଏ ପାଇ ପାରୁନାହାନ୍ତି ହିତାଧିକାରୀ । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଭାବେ ତଦନ୍ତ କରି ଉପଯୁକ୍ତ ପାଇବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଅଞ୍ଚଳ ର ଜନ ସାଧାରଣ ଦାବି କରିଛନ୍ତି ।