ବରିଷ୍ଠ ନାଗରିକ ସୁରକ୍ଷା ଆଇନ ସମ୍ବନ୍ଧୀୟ ଆଲୋଚନାଚକ୍ର

add-all

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ଦେବ କଲ୍ୟାଣ ମଣ୍ଡପ ଠାରେ ଅଧିବକ୍ତା ପରିଷଦ କନ୍ଧମାଳ ଶାଖା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ କମଳା କାନ୍ତ ପାଣ୍ଡେ, ଡଃ ଅନନ୍ତ ଚରଣ ମିଶ୍ର, ଓକିଲ ସଂଘର ସଭାପତି ଆଇନଜିବୀ ଭଗବାନ ମହାନ୍ତି,ସମାଲୋଚକ ତଥା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଭିଜିଲାନ୍ସ ସ୍ପେଶାଲ ପ୍ରସିକ୍ୟୁଟର ଭି ଭି ରାମଦାସ, ଅଜିତ କୁମାର ପଟ୍ଟନାୟକ, ପ୍ରମୁଖ ମଞ୍ଚାସୀନ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଇନଜିବୀ ରମେଶ ଚନ୍ଦ୍ର ମହାନ୍ତି,ରମେଶ ସାହୁ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସଦାଶିବ ପାତ୍ର, ଅଶୋକ କୁମାର ପରିଡ଼ା, ନମିତା ସାହୁ, ନନ୍ଦିତା କୁମାରୀ, ସୁଧୀନ୍ଦ୍ର ସାହୁଙ୍କ ସମେତ ବରିଷ୍ଠ ନାଗରିକ ସଂଘର ପ୍ରାୟ ୩୦ ରୁ ଊର୍ଦ୍ଧ୍ଵ ସଦସ୍ଯ ଉପସ୍ଥିତ ଥିଲେ l ବରିଷ୍ଠ ନାଗରୀକଙ୍କୁ ବହୁ ସମୟରେ ପାରିବାରିକ ନିର୍ଯାତନା ସହିତ ବ୍ୟାଙ୍କ ମାନଙ୍କରେ,ମେଡିକାଲ କ୍ଷେତ୍ରରେ କିପରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି ସେ ସବୁ ବିଷୟରେ ଆଲୋଚିତ କରାଯାଇ ତାର ସୁରକ୍ଷା ବିଷୟରେ ଆଇନ ପରାମର୍ଶ ଦିଆଯାଇଥିଲା l

ad-week
Leave A Reply

Your email address will not be published.