ପ୍ରିୟାପ୍ରୀତୀ ତୋଷଣ ବିବାଦରେ କୋରୁକୋଣ୍ଡା ବ୍ଲକ୍ କର୍ତ୍ତୃପକ୍ଷ..!

add-all

ମାଲକାନଗିରି/କୋରୁକୋଣ୍ଡା:(୨୮/୦୮) କଥାରେ ଅଛି, “ନଈ କେ ବାଙ୍କ୍ ଦେଶ କେ ଫାଙ୍କ୍” । ତେବେ ଗୋଟିଏ ଜିଲ୍ଲା ଅନ୍ତର୍ଗତ ପ୍ରାୟ ସମସ୍ତ ବ୍ଲକ୍ ରେ ଗୋଟିଏ ପ୍ରକାରର ଟେଣ୍ଡର ବିଜ୍ଞପ୍ତି ପରନ୍ତୁ ସମସାମୟିକ କୋରୁକୋଣ୍ଡା ଭଳି ଏକ ବ୍ଲକ୍ ରେ କିଛି ସ୍ୱତନ୍ତ୍ର ଧରଣର ଟେଣ୍ଡର ବିଜ୍ଞପ୍ତି ଦେଖିବାକୁ ମିଳିଛି । ତଦାରଖ ଅଭାବରୁ ନିକଟ ଅତୀତରେ କୋରୁକୋଣ୍ଡାର ଏକ ବନ୍ଧରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟକୁ ନେଇ ଖବର ପ୍ରସାରଣ ପରେ ବ୍ଲକ୍ ପ୍ରଶାସନର ନିଦ ଭାଙ୍ଗିଥିଲା। କିନ୍ତୁ ହଠାତ୍ ପୁଣିଥରେ ଆଖି ବୁଜି ବୁଜି କ୍ଷୀର ପିଉଛନ୍ତି କି ପ୍ରଶାସନ ।


ଏଭଳି ଏକ ସଙ୍ଗୀନ ବିବାଦ ଘନୀଭୂତ ହେବାର କାରଣକୁ ବିସ୍ତାରିତ ଭାବରେ ଦେଖିଲେ ଜଣା ପଡ଼ୁଛି ଯେ , ଚଳିତ ମାସରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକ୍ ତରଫରୁ ଅନେକ ବିକାଶମୂଳକ ନିର୍ମାଣ କାର୍ଯ୍ୟ ନିମନ୍ତେ ଟେଣ୍ଡର ବିଜ୍ଞାପନ ଜାରି କରାଯାଇଛି । ସମସ୍ତ ବ୍ଲକ୍ ରେ ଉଭୟ C-ଶ୍ରେଣୀ ଓ D-ଶ୍ରେଣୀ ଠିକାଦାର ମାନଙ୍କ ତରଫରୁ ଆବେଦନ ପତ୍ର ଆହ୍ଵାନ କରାଯାଇଛି । ଯଦିଓ ପ୍ରାୟ ସମାନ ମୂଲ୍ୟର ନିର୍ମାଣ ଟେଣ୍ଡର କୋରୁକୋଣ୍ଡା ବ୍ଲକ୍ ରେ ମଧ୍ୟ ବାହାରିଛି କିନ୍ତୁ ଏଠାରେ କେବଳ D-ଶ୍ରେଣୀର ଠିକାଦାର ମାନଙ୍କ ନିକଟରୁ ଆବେଦନ ଆହ୍ଵାନ କରାଯାଇଛି । ତେବେ ପ୍ରଶ୍ନ ଉଠୁଛି କୋରୁକୋଣ୍ଡା ବ୍ଲକ୍ ଜିଲ୍ଲାର ଅନ୍ୟ ଛଅ ଗୋଟି ବ୍ଲକ୍ ଠାରୁ ଭିନ୍ନ କି? କୋରୁକୋଣ୍ଡା ବ୍ଲକ୍ ନିମନ୍ତେ ନିର୍ମାଣ କାର୍ଯ୍ୟ ନିମନ୍ତେ ଅଲଗା କିଛି ପ୍ରାବଧାନ ରହିଛି କି? କୋରୁକୋଣ୍ଡା ବ୍ଲକ୍ ପ୍ରଶାସନ କାହା ସ୍ୱାର୍ଥରେ ଏଭଳି ଏକ ବିବାଦୀୟ ବିଜ୍ଞାପନ ପ୍ରକାଶ କରିଛନ୍ତି? ହାତଗଣତି କେତେକ ଠିକାଦାର ମାନଙ୍କ ସହ ଅଘୋଷିତ ଚୁକ୍ତିନାମା କରିନେଇଛନ୍ତି କି ବ୍ଲକ୍ ପ୍ରଶାସନ? ତେବେ ଖବର ପ୍ରସାରଣ ଭିତରେ ଏଯାଏଁ ବ୍ଲକ୍ ପ୍ରଶାସନଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନଥିବା ସ୍ଥଳେ ସ୍ଥାନୀୟ ଲୋକେ ଏବଂ ବୁଦ୍ଧିଜୀବୀ ଏଭଳି ପ୍ରିୟାପ୍ରିତୀ ତୋଷଣ ପୂର୍ଣ୍ଣ ବିଜ୍ଞପ୍ତିର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବୀ କରିଛନ୍ତି ।

ad-week
Leave A Reply

Your email address will not be published.