ଡ୍ରପ ଆଉଟ୍ ପିଲା ମାନଙ୍କୁପୁଣି ପାଠ ପଢିବା ନିମନ୍ତେ ପ୍ରୟାସ

add-all

ଫୁଲବାଣୀ : ଜିଲ୍ଲା ଜଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ତରଫରୁ ଓ ଆକ୍ସନ ଏଡର ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି ଶିକ୍ଷା ବିଭାଗର ସି ଆର ସି ରବିନ୍ଦ୍ର ନାଥ ଦିଗାଲ, ଶ୍ରୀମତୀ ‌ସରିତା ରାଣୀ ମହାରଣା ଏବଂ ପୀରାମଲ ଫାଉଣ୍ଡେସନର କର୍ମଚାରୀ ମାନେ ଡ୍ରପ ଆଉଟ୍ ପିଲା ମାନଙ୍କୁ ବୁଝାଇ ସୁଝାଇ ପୁଣି କିପରି ପରୀକ୍ଷା ଦେଇ କୃତ କାର୍ଯ୍ୟ ହୋଇ ପାରିବେ ସେ ଦିଗରେ ସଚେତନ କରାଇଥିଲେ ଏହି କାର୍ଯ୍ୟକ୍ରମ ଦୀର୍ଘ ପନ୍ଦର ଦିନ ହେବ ଚାଲି ଥିଲା ଫୁଲବାଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଏ ଜେ ଓ ହାଇସ୍କୁଲ ଠାରେ ପିଲା ମାନଙ୍କୁ ନୁତନ ଭାବେ ଆଡ଼ମିଶନ କରାଯାଇ ଥିଲା ସମୁଦାୟ ୩୬ ଜଣ ପିଲାଙ୍କୁ ଆଜି ସୁଦ୍ଧା ଆଡ଼ମିଶନ କରାଗଲା ଆଜି ଏହି କାର୍ଯ୍ୟକ୍ରମକୁ ବି ଇ ଓ ରଞ୍ଜନ କୁମାର କହଁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୀନା କୁମାରୀ ଦିଗାଲ ସି ଆର ସି ଶ୍ରୀମତୀ ସରିତା ମହାରଣା ଓ ରବିନ୍ଦ୍ରନାଥ ଦିଗାଲ ଏବଂ ପିଏଲ୍ ଭି ର ସମସ୍ତେ ଉପସ୍ଥିତ ଥିଲେ ବିଇଓ‌ ରଞ୍ଜନ କୁମାର କହଁର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ଭଳି ଏକ ମହତ୍ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରି ଥିବାରୁ ସାଧୁବାଦ ଜଣାଇଥିଲେ l

ad-week
Leave A Reply

Your email address will not be published.