ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି | ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ରକ୍ଷା ବନ୍ଧନ ଉତ୍ସବ ର ମହତ୍ତ୍ୱ ଆଲୋକପାତ କରିବା ଅବସରରେ ଏହାର ପଟ୍ଟଭୂମିରେ କିପରି ପୌରାଣିକ ଓ ଐତିହାସିକ ତଥା ସାମାଜିକ ସମରସତା ଭରି ରହିଛି ଅବଗତ କରାଇଥିଲେ | ଅନୁଷ୍ଠାନର ଭଉଣୀ ମାନେ ଫୁଲ, ଚନ୍ଦନ, ଅକ୍ଷତ ଦେଇ ଓ ଦୀପ ବନ୍ଦାପନା କରି ଭାଇମାନକୁ ପୂଜନ କରିବା ସହ ରାକ୍ଷୀ ବାନ୍ଧିଥିଲେ | ଏହି ଅବସରରେ ବଳଦେବଙ୍କ ଜନ୍ମ ତିଥି ପଡୁଥିବାରୁ ଗୋପୁଜନ କରାଯାଇଥିଲା | ଶିଶୁମାନଙ୍କ ମଧ୍ୟରେ ଗହ୍ମା ଡିଆଁ କାର୍ଯ୍ୟକ୍ରମ ଅତି ରୋଚଜ ହୋଇଥିଲା | ଏଥିରେ ପରିଚାଳନା ସମିତିର ସଭାପତି ପୁରୁଷୋତ୍ତମ ଲେଙ୍କା, ଉପ ସଭାପତି ପ୍ରସନ୍ନ କୁମାର ସାହୁ, ସଦସ୍ୟ ସୁଶାନ୍ତ ପାତ୍ର, ଶରତ ସାହୁ, ବିଦ୍ୱତ ପରିଷଦର ସଭାପତି ବିଭୁତି ଭୂଷଣ ମଲ୍ଲିକ, ସଦସ୍ୟ ପ୍ରଶାନ୍ତ କୁମାର ସାହୁ ସମେତ ଆଚାର୍ଯ୍ୟା ସସ୍ମିତା ପଣ୍ଡା, ସ୍ନେହଲତା ଲେଙ୍କା, ଜ୍ୟୋତ୍ସ୍ନା ରାଣୀ ପାତ୍ର, ଯଶୋଦା ପାତ୍ର, କେତକୀ ନାୟକ ସୁନେଲି ନାୟକ ପ୍ରମୁଖ ସହଯୋଗ କରିଥିଲେ |

ad-week
Leave A Reply

Your email address will not be published.