ସର୍ବ ଭାରତୀୟ ହ୍ୟାଣ୍ଡବଲ୍ ରେଫେରୀ ପରୀକ୍ଷାରେ ବ୍ରହ୍ମପୁରର ସନ୍ଦିପ୍ ପାତ୍ର ଉତ୍ତୀର୍ଣ୍ଣ

add-all

ବ୍ରହ୍ମପୁର,୩୦/୮/୨୩:ଗତ ୨୨-୮-୨୩ ତାରିଖ ଠାରୁ ୨୬-୮-୨୩ ପର୍ଯ୍ୟନ୍ତ ପଞ୍ଜାବର ପାଟିୟାଲା ସ୍ଥିତ ଏନ୍.ଏସ୍.ଏନ୍.ଆଇ.ଏସ୍ ସେଣ୍ଟରରେ ଜାତୀୟ ହ୍ୟାଣ୍ଡବଲ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ରେଫେରି ପରୀକ୍ଷାରେ ବ୍ରହ୍ମପୁରର ଆନ୍ତର୍ଜାତୀୟ ଖେଳାଳି ସନ୍ଦୀପ୍ କୁମାର ପାତ୍ର ଅଂଶଗ୍ରହଣ କରି ଉତ୍ତୀର୍ଣ୍ଣ ହୋଇଥିଲେ।ଏଥିରେ ସର୍ବମୋଟ ୧୫୪ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ।ଏଥି ପୂର୍ବରୁ ଗଞ୍ଜାମର ପ୍ରଶାନ୍ତ କୁମାର ରଥ, ସୁରେଶ ଚନ୍ଦ୍ର ପାଢ଼ି, ପ୍ରକାଶ ଚନ୍ଦ୍ର ପଣ୍ଡା ଓ ଏ.ତେଜସ୍ଵୀ ପ୍ରମୁଖ ଏହି ଜାତୀୟ ରେଫେରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇସାରିଛନ୍ତି। ସନ୍ଦୀପ ପାତ୍ରଙ୍କର ଏହି ସଫଳତା ପାଇଁ ଓଡ଼ିଶା ହ୍ୟାଣ୍ଡବଲ୍ ଦଳର ସଭାପତି ବିପ୍ଳବ ଚୌଧୁରୀ, ରାଜ୍ୟ ସମ୍ପାଦକ ଶ୍ରୀ ମାନସ କୁମାର ସିଂଙ୍କ ସହ ଜିଲ୍ଲା ହ୍ୟାଣ୍ଡବଲ ସଂଘଠନର ସଭାପତି ତଥା ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା,ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ି,ସାଂଘଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, କୋଷାଧ୍ୟକ୍ଷ ଡାକ୍ତର ସିଏଚ୍.ମନୋଜ କୁମାର ପାତ୍ର, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳା,ଏନ୍.ଆଇ.ଏସ୍ କୋଚ୍ ପ୍ରଶାନ୍ତ କୁମାର ରଥ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.