ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

add-all

ଫୁଲବାଣୀ :ସ୍ଵସ୍ତିକ କଲ୍ୟାଣ ମଣ୍ଡପ ରାଇକିଆ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରି ଗୋଟି ବ୍ଲକର ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ, ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିଥିଲେ l ସାନମ୍ମାନିତ ଅତିଥ୍‌ ଭାବେ ଘୁ. ଉଦୟଗିରି ବିଧାୟକଙ୍କ ପ୍ରତିନିଧ୍, ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ, ତହସିଲଦାର ରାଇକିଆ ପ୍ରମୁଖ ଯୋଗଦାନ କରିଥିଲେ l ସହକାରୀ ଶ୍ରମ ଅଧିକାରୀ କେଶବ ବେହେରା, ସ୍ପିନିତା କୁମାରୀ ଦେବୀ କାର୍ଯକ୍ରମକୁ ସଂଚାଳନ କରିଥିଲେ l ଏହି ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ୩୬୯ ନିର୍ମାଣ ଶ୍ରମିକଙ୍କୁ ୧,୪୫,୦୨,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି l ସେ ଥି ମଧ୍ୟରୁ ୧୯୨ ଜଣ ହିତାଧିକାରୀଙ୍କୁ ନିଜ ପିଲାଙ୍କ ଶିକ୍ଷ୍ୟା ସହାୟତା ବାବଦକୁ ୧୨,୬୨, ୦୦୦ଟଙ୍କା, ୭୬ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ବାବଦକୁ ୩୬,୭୫,୦୦୦ ଟଙ୍କା,୧୮ ଜଣ ହିତାଧିକାରୀଙ୍କୁ ପ୍ରସୂତି କାଳୀନ ସହାୟତା ବାବଦକୁ ୧,୮୦,୦୦୦ ଟଙ୍କା, ୪୬ ଜଣ ନିର୍ମାଣ ଶ୍ରମିକ କାର୍ଡ ଧାରୀଙ୍କ ପରିବାର ବର୍ଗଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦକୁ ୯୨,୦୦,୦୦୦ ଟଙ୍କା ଏବଂ ୩୭ ଜଣ ପରିବାର ବର୍ଗଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦକୁ ୧,୮୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି l ଏହିସହିତ ୧୫୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ କାର୍ଡ ପ୍ରଦାନ କରଯାଇଛି l ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ତେଜ କୁମାର ବାଗେଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା l

ad-week
Leave A Reply

Your email address will not be published.