କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ…

add-all

ଫୁଲବାଣୀ : ଫୁଲବାଣୀ ଠାରେ ଥିବା କନ୍ଧମାଳ ଷ୍ଟାଡିୟମ ପରିସରରେ ଇନଡୋର ରେ କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ବ୍ଯାଡମିନ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ଶିବପ୍ରସାଦ ତ୍ରିପାଠୀ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ ର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଆସୋସିଏସନର ସଭାପତି ଅଶୋକ କୁମାର ପଟ୍ଟନାୟକ, ସମ୍ପାଦକ ଦୀପକ ରଞ୍ଜନ ମହାନ୍ତି, କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ରନାଥ ପାତ୍ର,ଉପ ସଭାପତି ସନ୍ଯାସୀ ବାରିକ, ଯୁଗ୍ମସଂପାଦକ ସବ୍ଯସାଚୀ ଦଲାଲ ଓ ସୁବ୍ରତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ସାହୁ,କାର୍ଯକାରୀ ସଦସ୍ୟ ପ୍ରଶାନ୍ତ କୁମାର ବେହେରା, କେ. ମହେଶ କୁମାର ସୁବୁଦ୍ଧିଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ। ଅତିଥି ମାନେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ କନ୍ଧମାଳ ଜିଲ୍ଲାର କନିଷ୍ଠ ବର୍ଗ ଠାରୁ ଆରମ୍ଭ କରି ବରିଷ୍ଠ ୬୦ ରୁ ଅଧିକ ଖେଳାଳି ମାନେ ଭାଗ ନେବେ। କୃତି ଖେଳାଳି ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରା ଯିବ ବୋଲି ସମ୍ପାଦକ କହିଛନ୍ତି।

ad-week
Leave A Reply

Your email address will not be published.