ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳା ଆନୁକୂଲ୍ୟରେ ସ୍ୱାୟତ୍ତ ଶାସନ ଦିବସ-୨୦୨୩ ପାଳିତ…

add-all


“ଆମେ ଚଲାଉଛୁ ଦେଶ ଆମରି,
ଆମରି ନାଆରେ ଆମେ ନାଉରୀ ।”

ବାଲିମେଳା : ଆଜି ଦିନରେ ଦେଶରେ ସ୍ୱାୟତ୍ତତାକୁ ଅର୍ଥାତ୍ ନିଜର ଶାସନକୁ ନିଜେ ମନେ ପକେଇବା ନିମନ୍ତେ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳା ଆନୁକୂଲ୍ୟରେ ସ୍ୱାୟତ୍ତ ଶାସନ ଦିବସ-୨୦୨୩ ପାଳିତ ହୋଇଯାଇଛି। ଉତ୍ସବରେ ଯୋଗ ଦେଇଥିଲେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ସାଂସଦ ରମେଶ ଚନ୍ଦ୍ର ମାଝୀ,ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା,ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା,ନଗରପାଳ ତଥା ଅଧ୍ୟକ୍ଷ ପ୍ରଦୀପ ନାୟକ,କାର୍ଯ୍ଯ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ଟି ୱାର୍ଡ଼ର ସମସ୍ତ ନିର୍ବାଚିତ କାଉନସିଲର ଉପସ୍ଥିତ ରହିଥିଲେ । ସହର ସୋନ୍ଦର୍ଯ୍ୟକରଣ,ଷ୍ଟାଡିୟମ୍,ରାସ୍ତା ଘାଟ,ମୁକ୍ତା ଯୋଜନାରେ ବିକାଶ ମୂଳକ କାର୍ଯ୍ୟ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୋ ଘର ଯୋଜନା ଜରିଆରେ ବିଜ୍ଞାପିତ ଅଞ୍ଚଳ ଭଳି ସହରାଞ୍ଚଳ ଗୁଡ଼ିକରେ ସରକାରୀ ଯୋଜନା ଗୁଡିକ ସମ୍ପର୍କରେ ସମସ୍ତ ଜନ ପ୍ରତିନିଧି ଆଲୋଚନା କରିଥିଲେ । ମୁକ୍ତା ଯୋଜନା ଅଧୀନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ଉନ୍ନୟନ ମୂଳକ ନିର୍ମାଣ କାର୍ଯ୍ୟର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହା ଛଡ଼ା ବିଗତ ଦିନରେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସେବା ଯୋଗାଇ ଆସିଥିବା କର୍ତ୍ତବ୍ୟନିଷ୍ଠ କର୍ମଚାରୀ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଲୋକ ପ୍ରତିନିଧି ମାନଙ୍କ ଜରିଆରେ ସ୍ୱ-ଶାସନକୁ କିଭଳି ସମୃଦ୍ଧ କରାଯାଇ ପାରିବ ସେ ଦିଗରେ ସବୁଠାରୁ ଗମ୍ଭୀର ଚର୍ଚ୍ଚା ହୋଇଥିବା ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.