ଆସନ୍ତାକାଲି ଉତ୍‌କ୍ଷେପଣ ହେବ ଆଦିତ୍ୟ L1

youtube

ଚନ୍ଦଯାନ-୩ର ସଫଳତା ପରେ ଆସନ୍ତାକାଲି ଇସ୍ରୋ ଆରମ୍ଭ କରିବ ସୌର ମିଶନ । ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଆଦିତ୍ୟ L1 । ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି ତଥା ରିହର୍ସଅଲ । ଏବେ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌ ।

ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ ଏଲ -୧। ଅର୍ଥାତ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି।

ଇସ୍ରୋ ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିବ।

ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ। ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ଯ୍ୟକ୍ଷମ ହେବ। ସେଠାରେ ପରାଗ ବା ଗ୍ରହଣର କୌଣସି ପ୍ରଭାବ ପଡ଼ୁନଥିବାରୁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ଉପରେ ଗବେଷଣା ଜାରି ରହିବ।

ଏଥିରେ ମୋଟ ୭ଟି ପେ’ଲୋଡ୍ ବା ଯନ୍ତ୍ର ଥିବା ବେଳେ ସେଥିରୁ ୪ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିବ। ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ।

ଇସ୍ରୋ ପ୍ରଥମଥର ମିଶନ ସୂର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ସୂର୍ଯ୍ୟର ରହସ୍ୟ ଭେଦିବାକୁ ପ୍ରାଚୀନ କାଳରୁ ପ୍ରୟାସ ଜାରି ରହିଛି। କିଛି ବିକଶିତ ଦେଶ ସୂର୍ଯ୍ୟ ନିକଟକୁ ଅଧିକ ଗବେଷଣା ପାଇଁ ମହାକାଶଯାନ ବି ପଠାଇସାରିଛନ୍ତି।

ଇସ୍ରୋର ଚେୟାରମ୍ୟାନ କହିଛନ୍ତି, ଆଦିତ୍ୟ L1 ଉପଗ୍ରହକୁ ଲଞ୍ଚ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରକେଟ୍‌ ଓ ସାଟେଲାଇଟ୍‌ ପ୍ରସ୍ତୁତ ହୋଇ ସାରିଛି। ରିହର୍ସଲ ବି ସରିଛି। ଆଜିଠୁ କାଉଣ୍ଟଡାଉନ ଆରମ୍ଭ ହେବ ।

ଆଦିତ୍ୟ L1 ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ଶନିବାର ହେବାକୁ ଥିବା ଏହି ଲଞ୍ଚିଂ ପ୍ରୋଗ୍ରାମ ଦେଖିବାକୁ ଇସ୍ରୋ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଶ୍ରୀହରିକୋଟ ଲଞ୍ଚ ପ୍ୟାଡରୁ ଆଦିତ୍ୟ L1 ଉତକ୍ଷେପଣ ଦେଖିବା ନିମନ୍ତେ ସିଟ ବୁକିଂ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ଇସ୍ରୋର ୱେବସାଇଟ୍‌ରେ ବି ଦର୍ଶକମାନେ ଆଦିତ୍ୟ L1 ଲଞ୍ଚର ଲାଇଭ ଟେଲିକାଷ୍ଟ ଦେଖିପାରିବେ। ଇସ୍ରୋର ୟୁଟ୍ୟୁବରେ ବି ଦର୍ଶକ ଏହାର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।

ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବା ଆଦିତ୍ୟ L1ର ମୂଳ ଲକ୍ଷ୍ୟ । ସେଥିପାଇଁ ଲାଗ୍ରେଞ୍ଜ ପଏଣ୍ଟ ଏକ ସ୍ୱତନ୍ତ୍ର ସ୍ଥାନ । କାରଣ ସୂର୍ଯ୍ୟଠାରୁ ବାହାରୁଥିବା କରୋନାଲ ମାସ ଇଜେକ୍ସନ ଓ ସୌର ଝଡ଼ ଏହି ପଥ ଦେଇ ପୃଥିବୀ ଆଡ଼କୁ ଯାଇଥାଏ। ସୂର୍ଯ୍ୟଙ୍କ ଫଟୋସ୍ପିୟର, କ୍ରୋମାସ୍ପିଅର ଓ ବାହ୍ୟସ୍ତର କରୋନାର ଅନୁଧ୍ୟନା କରିବା ପାଇଁ ଆଦିତ୍ୟ L1ରେ ୭ଟି ପ୍ଲେଲୋଡ ରହିବ । ସେଥି ମଧ୍ୟରୁ ଏହି ଚାରିଟି ପ୍ଲେଲୋଡ ସିଧାସଳଖ ସୂର୍ଯ୍ୟଙ୍କୁ ନିରୀକ୍ଷଣ କରିବ । ଅବଶିଷ୍ଟ ତିନିଟି L1 ପଏଣ୍ଟରେ କଣିକା ଏବଂ କ୍ଷେତ୍ରର ଇନ୍-ସିଟ୍ ଅଧ୍ୟୟନ କରାଯିବ ।

ସୌରପୃଷ୍ଠର ବାହାର ପରସ୍ତ ବା କରୋନାକୁ ଅନୁଧ୍ୟାନ କରିବା ପାଇଁ ଇନଷ୍ଟଲ ହୋଇଥିବା କୋରନାଗ୍ରାଫ ପେଲୋଡ ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟଟ ଅଫ୍‌ ଆଷ୍ଟ୍ରୋଫିଜିକ୍ସ ସ୍ୱଦେଶୀ ଜ୍ଞାନକୌଶଳ ଆପଣାଇ ବିକଶିତ କରାଯାଇଛି।

Leave A Reply

Your email address will not be published.