ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ଜନ୍ମାଷ୍ଟମୀ ପାଳନ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଓମ ଶ୍ରୀ ଇଣ୍ଟରନେସନାଲ ସ୍କୁଲରେ ଶ୍ରୀ କୃଷ୍ଣ ଙ୍କ ପବିତ୍ର ଜନ୍ମ ଉତ୍ସବ ଜନ୍ମାଷ୍ଟମୀ ମହାଆଡମ୍ବର ସହକାରେ ପାଳନ ହୋଇଯାଇଛି।ସ୍କୁଲର ଅଧ୍ୟକ୍ଷ ଏଲ କାମେଶ୍ୱର ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିଶୁ ରାଧା, କୃଷ୍ଣ, ନନ୍ଦ,ଯଶୋଦା,ସୁଦାମା,ସହ ବିଭିନ୍ନ ଵେଶରେ ସଜ୍ଜିତ ହୋଇଥିଲେ।ଏହି ଅବସରରେ ପ୍ରଥମେ ସ୍କୁଲର ଅଧ୍ୟକ୍ଷ ଏଲ କଆମଏସ୍ୱର ରାଓ ପ୍ରଭୁ ଶ୍ରୀ କୃଷ୍ଣ ନିକଟ’ରେ ଦୀପ ପ୍ରଜ୍ବଳନ କରିଥିଲେ ଓ ଶ୍ରୀ କୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନର ମହତ୍ତ୍ବ ବୁଝାଇଥିଲେ। ସ୍କୁଲର ଛାତ୍ରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ’ରେ ରଙ୍ଗାରଙ୍ଗ ବେଶ ହୋଇ ଅଧ୍ୟାତ୍ମିକ ନୃତ୍ୟ ଓ ସଙ୍ଗୀତ ଓ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସର’ରେ ସ୍କୁଲ ତରଫରୁ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉପହାର ଦିଆ ଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନା କରିଥିବା ଵେଳେ ଅଭିଭାବକ ମାନେ ଉପସ୍ଥିତ ରହି ସାଂସ୍କୃତିକ ମହୋତ୍ସବ ରେ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.