ଫୁଲବାଣୀ : ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ମିଳିତ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଜାନକୀ ପ୍ରଧାନ, ପୂର୍ବତନ ବ୍ୟାଙ୍କ ଅଧିକାରୀ ଶ୍ରୀ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଚରଣ ମଲ୍ଲିକ,ମୋ ସ୍କୁଲ ଅଭିଯାନ ସଭାପତି ଶ୍ରୀ ବିଷ୍ଣୁ ଚରଣ ଦିଗାଲ,ବ୍ଲକ ସହକାରୀ ଜନ୍ତ୍ରୀ ଶ୍ରୀ ଦେବୀ ପ୍ରସନ୍ନ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅତିଥି ମାନଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ୨୫୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରଯାଇଥିଲା । ଆୟୋଜିତ ସଭାରେ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ ଆଲୋଚନା କରାଯିବ ସହିତ ସମସ୍ତ ଛାତ୍ର ଛାତ୍ରୀଙ୍କ ଦ୍ବାରା ଗ୍ରାମ ପରିକ୍ରମା କରିଯିବା ସହିତ ପ୍ଲାକାର୍ଡ,ବିଭିନ୍ନ ସ୍ଲୋଗାନ ମଧ୍ୟମରେ ଜଣ ସାଧାରଣଙ୍କୁ ସଚେତନ କରଯାଇଥିଲା । ଆୟୋଜିତ ସଭାରେ ଅଧ୍ଯକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ଅଧ୍ଯକ୍ଷତା କରିଥିଲେ । ବରିଷ୍ଟ ଅଧ୍ୟାପକ ଡଃ ବାବୁଲା ପାଟଜୋଶୀ, ରାମକୃଷ୍ଣ ମହାନ୍ତି, ଅଧ୍ୟାପିକା ରିତାଞ୍ଜଳୀ ସାହୁ, ରିନାରାଣୀ ପ୍ରଧାନ, ଡେମୋନଷ୍ଟ୍ରେଟର ସଞ୍ଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥ୍ ମାନଙ୍କର ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ ଯଥାକ୍ରମେ ପ୍ରୋଗ୍ରାମ୍ ଅଫିସର ବୈକୁଣ୍ଠ ନାଥ ପଣ୍ଡା ଓ ଅଧ୍ୟାପକ ଶିବରାମ ବେହେରା ଦ୍ବାରା ସମ୍ପାଦନ କରିଯାଇଥିଲା ।
