ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍ ସତ୍ୟପୀର ମିଶ୍ରଙ୍କ ଅଦାଲତରେ ଆଜି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଠିତ ହୋଇଯାଇଛି ।ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ଯେ, ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୧୭ଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ ୨୦ ଲକ୍ଷ ୮୮ ହଜାର ୫୦୦ ଟଙ୍କା ଆଦାୟ କରାଯାଇଥିବା ବେଳେ, ୨୧ଟି ବି.ଏସ୍.ଏନ୍.ଏଲ୍‌. ମାମଲା ବିଚାର କରାଯାଇ ୨୮ ହଜାର ୧୮୬ ଟଙ୍କା ଆଦାୟ କରାଯାଇଛି।
ସେହିପରି, ଅଦାଲତରେ ବିଚାରାଧୀନ ମାମଲା ଗୁଡ଼ିକ ମଧ୍ୟରୁ ୮ ଗୋଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ୧୪ ଲକ୍ଷ ୧୬ ହଜାର ୯୩୪ ଟଙ୍କା ଆଦାୟ କରାଯାଇଥିବା ବେଳେ, ୫ଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୩୫ ଲକ୍ଷ ୬୫ ହଜାର ଟଙ୍କା ଆଦାୟ କରାଯାଇଛି । ୨୭ ଗୋଟି ବୈବାହିକ ବିବାଦ ଫଇସଲା କରାଯାଇ ୫ ଲକ୍ଷ ୫୦ ହଜାର ୬୨୨ ଟଙ୍କା ଏବଂ ୯୩ ଟି ଅନ୍ୟାନ୍ୟ ଅପରାଧିକ ମାମଲା ଫଇସଲା କରାଯାଇ ୧ ହଜାର ଟଙ୍କା ଆଦାୟ କରାଯାଇଛି । ତେବେ, ୧୧ଟି ଅପରାଧିକ କମ୍ପାଉଣ୍ଡେବଲ୍‌, ୮ଟି ଏନ୍.ଆଇ. ଆକ୍ଟ ଓ ୩ଟି ଅନ୍ୟାନ୍ୟ ସିଭିଲ୍ ମାମଲାର ମଧ୍ୟ ଫଇସଲା କରାଯାଇଛି ।ଆଜିର ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୩୮ ଟି ଓ ଅଦାଲତରେ ବିଚାରାଧୀନ ମାମଲାଗୁଡ଼ିକ ମଧ୍ୟରୁ ୧୫୫ଟି ମାମଲାର ଫଇସଲା କରାଯାଇଛି ବୋଲି ଜଣାପଡ଼ିଛି ।

ad-week
Leave A Reply

Your email address will not be published.