ପୁରୀରେ ଡକାୟତି ଯୋଜନା ପଣ୍ଡ, ୬ଜଣଙ୍କୁ ଗିରଫ କଲା ସମୁଦ୍ରକୂଳ ଥାନା ପୋଲିସ

add-all

ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୬ଜଣଙ୍କୁ ଗିରଫ କଲା ସମୁଦ୍ରକୂଳ ଥାନା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ ।

ସୂଚନା ଅନୁସାରେ, ପୁରୀ ପେଣ୍ଠକଟା ନିକଟରେ ଏକ ଡ଼ଙ୍ଗା ତିଆରି କାରଖାନା ନିକଟ ବେହେରା ସାହି ଠାରେ କିଛି ଦୁର୍ବୁତ୍ତ ଏକାଠି ହୋଇ ବଡଧରଣର ଡକାୟତି କରିବା ଲାଗି ଯୋଜନା କରୁଥିବା ବେଳେ ଖବର ପାଇ ସମୂଦ୍ରକୂଳ ଥାନା ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା । ଚଢାଉ କରି ୬ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ l ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ପୁରୀର ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା କହିଛି ପୋଲିସ l ଅଭିଯୁକ୍ତ ମାନେ ହେଲେ ପୁରୀର  ମାନସ ବେହେରା, ପି ସୁରେଶ,ମିକି, ନବୀନା ସାହୁ, ପି ଶ୍ରୀନୁ ଏବଂ ଆସର୍ବାଦ ଚମ୍ପତିରାୟ l ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଖଣ୍ଡା, ଲଙ୍କା ଗୁଣ୍ଡ, ୩ଟି ଗ୍ୟାସ ସିଲିଣ୍ଡର ଏବଂ ବିଭିନ୍ନ ମରଣାସ୍ତ୍ର ଜବତ କରିଛି ସମୁଦ୍ରକୂଳ ଥାନା ପୋଲିସ  ।

ସୂଚନାଯୋଗ୍ୟ ଯେ, ପୁରୀ ସହରରେ ଷ୍ଟ୍ରିଟ କ୍ରାଇମ ରୋକିବା ଲାଗି ପୁରୀ ପୋଲିସ ପକ୍ଷରୁ ଅପରାଧୀଙ୍କ ଉପରେ ଏବେ କଡା ନଜର ରଖାଯାଉଛି । ପୁରୀ ପୋଲିସର ସ୍ୱତନ୍ତ୍ର ଡ୍ରାଇଭରେ ବର୍ତ୍ତମାନ ସୁଦ୍ଧା ୭୭ଜଣ ଅପରାଧୀଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମିଳନୀରେ ପୁରୀ ସିଟି ଡିଏସ୍ପି ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.