‘କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ବ୍ୟବହାର’ ଶୀର୍ଷକ ଆଲୋଚନାଚକ୍ର

add-all

ମାଲକାନଗିରି(୧୩/୦୯) : ପୂର୍ବାହ୍ନ 11ଟାରେ ସରକାରୀ ପଲିଟେକନିକ ଠାରେ “କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ବ୍ୟବହାର” ଶୀର୍ଷକ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏହି ଆଲୋଚନା ଚକ୍ରକୁ ସମ୍ମାନିତ ଅତିଥି ତଥା ମାଲକାନଗିରି ସହରର ସବ ଇନ୍ସପେକ୍ଟର ସର୍ବେଶ୍ୱର ଭୋଇ ଉଦଘାଟନ କରିଥିଲେ। ଏହି ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ନମିତା ଦଣ୍ଡସେନା (ମୁଖ୍ୟ, ମହିଳା ଅଭିଯୋଗ ପ୍ରକୋଷ୍ଠ) ଯୋଗଦେଇ ପ୍ରତ୍ୟେକ କର୍ମକ୍ଷେତ୍ର, କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ମହିଳା ଓ ବାଳିକାମାନଙ୍କ ପାଇଁ ସମାନତା ଓ ଅଧିକାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଡ଼ଃ ରଞ୍ଜନ କୁମାର ସ୍ୱାଇଁ ମୂଖ୍ୟ ଅତିଥି ରୂପେ ଯୋଗ ଦାନ କରି (ମୁଖ୍ୟ, ବାଣିଜ୍ୟ ବିଭାଗ,ମାଲକାନଗିରି ମହାବିଦ୍ୟାଳୟ) ଛାତ୍ରଛାତ୍ରୀମାନଙ୍କୁ ସେ ଦିଗରେ ସଚେତନ ତଥା ପ୍ରେରଣା ଦେଇଥିଲେ। ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଜ୍ଞାନରଞ୍ଜନ ଦାସ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶ୍ରୀ ପ୍ରୀତିରଞ୍ଜନ ପ୍ରିୟଦର୍ଶୀ ପାତ୍ର ଓ ସୌରଭ ରଞ୍ଜନ ପ୍ରଧାନ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ad-week
Leave A Reply

Your email address will not be published.