ସୁନ୍ଦରଗଡ଼ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

add-all

ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ ସହିତ ନୂତନ ଶ୍ରମିକ ପରିଚୟ ପତ୍ର ପ୍ରଦାନ

ସୁନ୍ଦରଗଡ଼ (୧୩/୦୯) : ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ବିଭାଗ ଦ୍ଵାରା ନିର୍ମାଣ ଶ୍ରମିକ ତଥା ଅଣ ସଂଗଠିତ ଶ୍ରମିକ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ ତଥା ଶ୍ରମିକମାନେ କିଭଳି ଭାବେ ଏହି ସବୁ ଯୋଜନା ଗୁଡ଼ିକ ରେ ସାମିଲ ହୋଇ ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଜ୍ୟୋତି ନାୟକ ଏହି କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବା ସହିତ ନିର୍ମାଣ ଶ୍ରମିକ ତଥା ଅଣ ସଂଗଠିତ ଶ୍ରମିକ ମାନେ କିଭଳି ଭାବେ ନିଜର ପଞ୍ଜିକରଣ କରିବେ,ଏହି ଶ୍ରମିକ ମାନଙ୍କ ନିମନ୍ତେ କେଉଁ କେଉଁ ସୁବିଧା ଉପଲବ୍ଧ ରହିଛି ଏବଂ ଶ୍ରମିକ ମାନେ କିଭଳି ଭାବେ ଏହି ସବୁ ସୁବିଧା, ସହାୟତା ଆଦି ପାଇପାରିବେ ସେ ସମ୍ପର୍କରେ ଉପସ୍ଥାପନା କରିଥିଲେ। ଏହି ଅବସରରେ ହିତାଧିକାରୀ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା। ଶିକ୍ଷା ନିମନ୍ତେ ୨ ଜଣ ହିତାଧିକାରୀ ଙ୍କୁ ୧୩, ୨୦୦ ଟଙ୍କା, ୩ ଜଣ ହିତାଧକାରୀଙ୍କୁ ଙ୍କୁ ବିବାହ ସହାୟତା ନିମନ୍ତେ ୧,୫୦,୦୦୦ ଟଙ୍କା , ୪ ଜଣ ହିତାଧିକାରୀ ଙ୍କୁ ମାତୃତ୍ଵ ସହାୟତା ଆକାର ରେ ୪୦,୦୦୦ ଟଙ୍କା, ମୃତ୍ୟୁ ସହାୟତା ପାଇଁ ୫୮ ଜଣ ହିତଧିକାରୀଙ୍କୁ ୧,୧୪,୦୦,୦୦୦ ଟଙ୍କା ଏବଂ ୪୭ ଜଣଙ୍କୁ ଅନ୍ତେଷ୍ଠି କ୍ରିୟା ନିମନ୍ତେ ୨,୩୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସଦର ବିଧାୟିକା କୁସୁମ ଟେଟେ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋ, ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷା ତନୟା ମିଶ୍ର ଓ ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବୈଷୟିକ ସଦସ୍ୟ ବୈକୁଣ୍ଠ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ରଞ୍ଜନ ଜେନା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଅତିରିକ୍ତ ଶ୍ରମ ଅଧିକାରୀ, ସୁନ୍ଦରଗଡ଼ ଏବଂ ରାଉଲକେଲା ଗୌରହରି ତାଣ୍ଡି ଓ ହେମନ୍ତ ପ୍ରଧାନ,ବିଭିନ୍ନ ଶ୍ରମିକ ସଂଗଠନ ର ସଭ୍ୟ ଏବଂ ପ୍ରାୟେ ୪୦୦ ନିର୍ମାଣ ଶ୍ରମିକ ତଥା ଅଣ ସଂଗଠିତ ଶ୍ରମିକ ମାନେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.