
ବ୍ରହ୍ମପୁର : ୧୩-୯ ଗଞ୍ଜାମ ଜିଲ୍ଲାରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ବାବୁ ମାନେ ନିୟମିତ ଆସନ୍ତି ନାହିଁ। ଦୂର ଦୁରାନ୍ତ ରୁ ସାଧରଣ ଲୋକ ଆସିଥାନ୍ତି ସେମାନଙ୍କ ଦୁଃଖ ଅଧିକାରୀ ମାନଙ୍କୁ ଜଣାଇବା ପାଇଁ ।କିନ୍ତୁ କିରାଣୀ ମାନେ ସଫେଇ ଦିଅନ୍ତି ବାବୁ ଫିଲଡ଼ କୁ ଯାଇଛନ୍ତି ବୋଲି ବିଚରା ଭାଗ୍ୟକୁ ଆଦରି ଗୁହାରି ନ କହି ଚାଲିଯାଏ। ଏହି ଭଳି ଘଟଣା ରୀତିମତ ଦେଖିବାକୁ ମିଳୁଛି ସରକାରୀ କାର୍ଯ୍ୟଳୟ ରେ ବଡ଼ ବାବୁମାନଙ୍କ ଅନୁପସ୍ଥିତ ଓ ବିଦ୍ୟାଳୟ ରେ ମଧ୍ୟ ଅଧିକାଂଶ ଶିକ୍ଷକ ନିୟମିତ ନ ଯାଇ ବିଇଓ ଙ୍କ କାର୍ଯ୍ୟଳୟ ରେ ଡେରା ପକାଉଥିବା ଦେଖିବାକୁ ମିଳୁଛି। ସାବଧାନ ୫ ଟି ସଚିବ ଅନ୍ୟ ବିଭଗୀୟ ସଚିବ ଓ ଜିଲ୍ଲାପାଳ ମାନେ ସରକାରୀ କର୍ମଚାରୀ ମାନେ ସେମାନଙ୍କ କାର୍ଯ୍ୟ ସୁଚାରୁ ରୁପେ କରିଛନ୍ତି ନା ନାହିଁ ସରପ୍ରାଇଜ଼ ଭିଜିଟ କରିବେ ବୋଲି ସୋସିଆଲ ମିଡ଼ିଆ ରେ ଘୁରିବୁଲୁଛି।ଏବେ ବଡ଼ ବାବୁଙ୍କ ସମେତ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିବା ଲକ୍ଷ କରାଯାଇଛି। ସାରପ୍ରି ଇଜ ଭିଜିଟ କାର୍ଯ୍ୟକାରୀ ହେଲେ ସାଧରଣ ଲୋକେ ସରକାର ଙ୍କ ସମସ୍ତ ଯୋଜନା ପାଇ ପାରିବେ ଉପକୃତ ହେବେ ବୋଲି ଚାର୍ଚ୍ଚା ହେଉଛି। ଏହି ସତର୍କ ବାଣୀ ବଡ଼ ବାବୁ ମାନଙ୍କ କ୍ଷେତ୍ରରେ କେତେ ପ୍ରଭାବ ପକେଇବ ତାହା ସମୟ କହିବ ଅଧିକାଂଶ ବଡ଼ ବାବୁ ମାନେ ବ୍ରହ୍ମପୁର ରେ ରୁହନ୍ତି।