‘ଡାହାଣୀ ପ୍ରଥାକୁ ନା କୁହନ୍ତୁ‘ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ କନ୍ଧମାଳ ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଅନୁକୁଲ୍ୟରେ ‘ଡାହାଣୀ ପ୍ରଥାକୁ ନା କୁହନ୍ତୁ’ ଶୀର୍ଷକ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମଶାଳାରେ ଅତିରିକ୍ତ ନିର୍ବାହୀ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ), କନ୍ଧମାଳ ଜିଲ୍ଲା ପରିଷଦ ହର ପ୍ରସାଦ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାହାଣୀ ଶବ୍ଦକୁ ନେଇ ସମାଜରେ ରହିଥ‌ିବା କୁସଂସ୍କାର ବିରୁଦ୍ଧରେ ଜନ ସଚେତନତା ଆଣିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଯୁବ ଗୋଷ୍ଠୀଙ୍କୁ ଆହ୍ଵାନ କରିବା ସହିତ ନିଜ ଗ୍ରାମର ଉଦାହରଣ ଦେଇ ଗ୍ରାମାଞ୍ଚଳରେ କିଭଳି ନିଜ ପ୍ରଚେଷ୍ଠାରେ ଏଭଳି ଅନ୍ଧ ବିଶ୍ବାସ ଦୂର କରିବା ବୋଲି ବୁଝାଇ କହିଥିଲେ । ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ଶେଖର ପାତ୍ର, ‘ଡାହାଣୀ ପ୍ରଥାକୁ ନା କୁହନ୍ତୁ ‘ ସଚେତନତା ବାର୍ତ୍ତା ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ନିମନ୍ତେ ଉପସ୍ଥିତ ସମସ୍ତ ସରକାରୀ ତଥା ବେସରକାରୀ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଥିଲେ । ପବ୍ଲିକ ପ୍ରସିକ୍ୟୁଟର, କନ୍ଧମାଳ, ବିଜୟ କୁମାର ପଟ୍ଟନାୟକ, କର୍ମଶାଳାର ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ଡାହାଣୀ କାହାକୁ କୁହାଯାଏ ? କାହିଁକି କୁହାଯାଏ ? ଗୁଣିଆ ଡାହାଣୀର ସମ୍ପର୍କ କଣ ? ଇତ୍ୟାଦି ପ୍ରଶ୍ନ ପଚାରିବା ସହ ଗୁଣି ବିଦ୍ୟା, ଭୁତ, ପ୍ରେତ ଆଧାରିତ ଅଭିଜ୍ଞତା ସମସ୍ତଙ୍କୁ ପଚାରି ବୁଝିଥିଲେ । ତତ ସହିତ ଡାହାଣୀ ଶିକାର କଣ ଏବଂ ଏହାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସରାଜବାଳା ଆଚାର୍ଯ୍ୟ ଡାହାଣୀ ଶିକାର ରୋକିବା ନିମନ୍ତେ ସମସ୍ତଙ୍କ ପରାମର୍ଶ ଲଢ଼ିବା ସହିତ ଉପସ୍ଥିତ ସରପଞ୍ଚ, ୱାର୍ଡ ମେମ୍ବର, ଅଙ୍ଗନବାଡି ଏବଂ ଆଶାକର୍ମୀଙ୍କ ସମେତ ସମସ୍ତ ଛାତ୍ର ସମାଜ ଆଗକୁ ଆସି ସମାଜରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ । ଆକ୍ସନ ଏଡ଼, ଜିଲ୍ଲା ସଂଯୋଜିକା ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ ଉକ୍ତ କର୍ମଶାଳାକୁ ପରିଚାଳନା କରିଥିବା ବେଳେ ବାଲିଗୁଡା ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଭାରପ୍ରାପ୍ତ ଥାନା ଅଧିକାରୀ ଙ୍କ ସମେତ ଉପଖଣ୍ଡର ସମସ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଏବଂ କଲେଜ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.