ଚୁଆ ପାଣିରେ ବୁଡି ତିନି ବର୍ଷର ଶିଶୁ ମୃତ: ଗୁଡିକିଆ ଗ୍ରାମରେ ଶୋକର ଛାୟା…

add-all

ଦାରିଙ୍ଗବାଡି, ୧୫/୯, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗୁଡିକା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଚୁଆ ପାଣିରେ ବୁଡି ଦେବେନ୍ଦ୍ର ବଳିୟାରସିଂଙ୍କ ୩ବର୍ଷର ପୁଅ ପ୍ରଭାସ ବଳିୟାରସିଂର ମୃତ୍ୟୁ ହୋଇଛି।। ଗତକାଲି ପ୍ରାୟ ଦିନ ୧୨.୩୦ ସମୟରେ ପ୍ରଭାସର ଚୁଆରେ ବୁଡି ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ରହିଛି। ଖାଇବା ସମୟ ହେବାରୁ ମା ପୁଅକୁ ଖୋଜିଛି, ସାହି ସାହି ଘର ଘର ବୁଲି ପୁଅକ ଖୋଜି ନପାଇ ବ୍ୟସ୍ତତା ଭିତରେ ଘରପାଖ ବିଲରେ ଥିବା ଚୁଆକୁ ଯାଇଥିଲେ। ଚୁଆରେ ଶିଶୁଟି ଭାସୁଥିବା ଦେଖି ଗ୍ରାମ ବାସୀଙ୍କୁ ଡାକିଥିଲେ। ଗ୍ରାମ ବାସୀଙ୍କ ସହାୟତାରେ ଶିଶୁକୁ ଚୁଆରୁ ବାହାର କରି ଅତିଶୀଘ୍ର ଅଟୋଯୋଗେ ବ୍ରାହ୍ମଣୀଗାଁ ଡାକ୍ତରଖାନା ପହଞ୍ଚାଇ ଥିଲେ। ହେଲେ ସ୍ଥାନୀୟ ସରକାରୀ ଡାକ୍ତର ମୃତ ଘୋଷଣା କରିଥିଲେ। ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନିର୍ଦେଶ କ୍ରମେ ଏଏସଆଇ ରମାକାନ୍ତ ସେଠି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଥିବାସୂଚନା ରହିଛି। ପ୍ରକାଶ ଥାଉକି ଶିଶୁଟି ଅଙ୍ଗନବାଡିରେ ପଢୁଥିଲା। ବାପ ଦେବେନ୍ଦ୍ର ବଳିୟାରସିଂ ସ୍ତ୍ରୀଙ୍କ ସହିତ କୁଲିମଜୁରୀ କରି ପାଞ୍ଚ କୁଟୁମ୍ବକୁ ଚଳାଇ ଆଣୁ ଥିଲେ। ପ୍ରଭାସର ମୃତ୍ୟୁରେ ବାପମା ଉଭୟେ ବର୍ତ୍ତମାନ ଭାଙ୍ଗି ପଡିଥିବା ବେଳେ ଗୁଡିକିଆ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ଖବର ହସ୍ତଗତ ହୋଇଛି। ଆଜି ବ୍ରାହ୍ମଣୀଗାଁ ଡାକ୍ତର ଖାନାରେ ଶବ ବ୍ୟବଚ୍ଛେଦ କରି ସକାଳ ୧୦ ଘଂଟିକାରେ ମୃତକ ପରିବାରକୁ ହସ୍ତାନ୍ତର କରାଯାଇଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.