ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଗରେ ସ୍କୁଲ ଶିକ୍ଷକଙ୍କ ଗଣଧାରଣା

add-all

ହିଞ୍ଜିଳିକାଟୁ (୧୫/୫) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଓଡିଶା ଙ୍କ ଆହ୍ଵାନ କ୍ରମେ ସାରା ରାଜ୍ୟରେ ଶିକ୍ଷକ ଙ୍କ “ସମୁହଛୁଟି” ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ବ୍ଲକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଆନ୍ଦୋଳନ କାରୀ ଶିକ୍ଷକ ଶିକ୍ଷୟିତ୍ରୀ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦେଇଛନ୍ତି।ଏ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ ରେ ମ ୯୫ ସ୍କୁଲ ରେ ତାଲା ବନ୍ଦ କରି ଶିକ୍ଷକ ଶିକ୍ଷୟତ୍ରୀ ଗତ ଶାନ୍ତିପୂର୍ଣ୍ଣ ଭାବରେ ବିଭିନ୍ନ ସ୍ଲୋଗାନ ଦେଇ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପୁରୁଣା ପେନସନ ଯୋଜନା ଲାଗୁ ଆଦି ତିନି ଦଫା ଦାବୀ ନେଇ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଯୋଗୁଁ ଶିକ୍ଷା ବ୍ଯବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ଯସ୍ତ ହୋଇ ପଡିଥିବା ବେଳେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମଧ୍ଯ ବନ୍ଦ ରହିଛି। ସରକାର ତୁରନ୍ତ ଦାବୀର ସମାଧାନ କରି ଶିକ୍ଷା ବ୍ୟବସ୍ଥା କୁ ନିୟମିତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ad-week
Leave A Reply

Your email address will not be published.