ଦାରିଙ୍ଗବାଡ଼ି ବ୍ଳକରେ ୧୫ଟି ସ୍ମାର୍ଟସ୍କୁଲର ଉଦ୍ଘାଟନ । ଭିସି ମାଧ୍ୟମରେ ଉଦଘାଟନ କଲେ ୫ଟି ସଚିବ…

add-all

ଦାରିଙ୍ଗବାଡି,୧୬/୯, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ପର୍ଯ୍ୟାୟକ୍ରମେ ପ୍ରଥମେ ୨୦ ଟି ସ୍କୁଲ କୁ ସ୍ମାର୍ଟ ସ୍କୁଲ କରାଯିବା ପରେ ଶୁକ୍ରବାର ଆଉ ୧୫ ଟି ସ୍କୁଲ କୁ ସ୍ମାର୍ଟ ସ୍କୁଲ କରାଗଲା। ଭିସି ମାଧ୍ୟମରେ ୫ଟି ସଚିବ ଭିକେ ପାଣ୍ଡିଆନ ଏହାର ଉଦଘାଟନ କରିଛନ୍ତି। ଦାରିଙ୍ଗବାଡ଼ି ବ୍ଲକରେ ସର୍ବମୋଟ ୩୫ ଗୋଟି ସ୍କୁଲ ସ୍ମାର୍ଟ ସ୍କୁଲ ରେ ପରିଣତ ହୋଇଛି। ଏହି ଭିସି କାର୍ଯ୍ୟକ୍ରମରେ ବ୍ଲକ ସଭାଗୃହରେ ବିଡ଼ିଓ ଗଦାଧର ପାତ୍ରଙ୍କ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର, ସାଂସଦ ପ୍ରତିନିଧି ଅକ୍ଷୟ ନାୟକ, ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନଙ୍କ ସହିତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.