ଏମପିଭି ୮୩ ଗ୍ରାମ ଯୁବକ ସଂଘ ଗାଁରେ ଲଗାଇଲେ ଷ୍ଟ୍ରିଟ ଲାଇଟ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଲୁଗେଲ ପଞ୍ଚାୟତ ଏମ୍.ପି.ଭି-୮୩ ଗ୍ରାମ ଛକରେ ଷ୍ଟ୍ରିଟ ଲାଇଟ ସୁବିଧା ନଥିବାରୁ ବର୍ଷାରେ ନାନା ସରୀସୃପ ପ୍ରାଣୀ ବାହାରି ରାସ୍ତାରେ ବୁଲୁଥିବାରୁ ଏହି ରାସ୍ତାରେ ଗ୍ରାମବାସୀ ଓ ଛୋଟ ଛୋଟ ସ୍କୁଲ ପିଲାମାନେ ଯିବାକୁ ଭୟ କରୁଥିଲେ। ଏ ବିଷୟରେ ବାରମ୍ବାର ଗ୍ରାମବାସୀ ମାନେ ସେଠାରେ ଏକ ଷ୍ଟ୍ରିଟ ଲାଇଟ ଲଗାଇବାକୁ ପଞ୍ଚାୟତ କତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କେହି ନଶୁଣିବାରୁ ଶେଷରେ କୃଷ୍ଣନଗର ଯୁବ ସଂଘର ପାଚୁଗୋପାଳ ସାନା, ସୁଶାନ୍ତ ହୀରା, ମିହିର ମଣ୍ଡଳ, ସୁଦିପ ସରଦାର, ଶ୍ୟାମଲାଲ ଡାକୁଆ ଏବଂ ଗାଁ ର ଅନ୍ୟାନ୍ୟ ଯୁବକ ମାନଙ୍କ ସାହାଯ୍ୟରେ ବିଦ୍ୟୁତ ଖୁଣ୍ଟ, ଲାଇଟ ଓ ତାର କିଣି ନିଜେ ଗାତ ଖୋଳି ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ସହଯୋଗରେ ଷ୍ଟ୍ରିଟ ଲାଇଟ ଲଗାଇଥିଲେ।ଯୁବକ ସଂଘର ଏହିଭଳି ଉଦ୍ୟମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.